ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସାଂସଦ ଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଚାରା ବୃକ୍ଷ ରୋପଣ 

ନବରଙ୍ଗପୁର ସାଂସଦ ଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଚାରା ବୃକ୍ଷ ରୋପଣ 

ନବରଙ୍ଗପୁର:(୨୫|୬)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ଜିଲ୍ଲା ସାଂସଦ ଶ୍ରୀ ବଲଭଦ୍ର ମାଝୀ ଫଟକି ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ମିଳି ଚାରା ବୃକ୍ଷରୋପଣ କରିଛନ୍ତି। ପରିବେଶ ସୁରକ୍ଷା ଓ ହରିତ ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।ଏହି ଅବସରରେ ଏମ୍‌ପି ଙ୍କ ସହ ଅଞ୍ଚଳର ଶିକ୍ଷକମାନେ ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ବୃକ୍ଷରୋପଣ ପରେ ଏମ୍‌ପି ଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପ୍ରତି ସଚେତନ ଓ ଦାୟିତ୍ୱଶୀଳ ହେବା ପାଇଁ ପ୍ରେରଣା ଦିଆଯାଇଥିଲା।ସେ କହିଛନ୍ତି, “ଗଛ ଲଗେଇବା ମାନେ କେବଳ ପରିବେଶକୁ ସୁନ୍ଦର କରିବା ନୁହେଁ, ବରଂ ପ୍ରତିଟି ଗଛ ଏକ ଜୀବନ, ଏକ ଆଶା। ଆମ ପ୍ରଥମ କର୍ତ୍ତବ୍ୟ ହେଉଛି ପୃଥିବୀକୁ ସୁରକ୍ଷିତ ଓ ସୁନ୍ଦର ରଖି ଆଗାମୀ ପିଢ଼ି ପାଇଁ ଏକ ମଜବୁତ ଭବିଷ୍ୟତ ତିଆରି କରିବା। ସାଂସଦ ଙ୍କ କଥାକୁ ଛାତ୍ରଛାତ୍ରୀ ମାନେ ହୃଦୟଙ୍ଗମ କରି ଉକ୍ତ କାର୍ଯ୍ୟରେ ମନପ୍ରାଣ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ଓ ବେଶ୍ ଆନନ୍ଦିତ ହୋଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ

masiha

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

masiha

ମୋ ଘର ଯୋଜନା, ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିରରେ ଯୋଗଦେଲେ ଧର୍ମଗଡ ବିଧାୟକ

Leave a Comment

error: Content is protected !!