ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୩/୫(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚିମଡୋଲା ଗ୍ରାମର ବ୍ରଜମୋହନ ନାଏକ ୨୦୦୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ରାଜସ୍ଥାନ ଜୟପୁର ୩୯ ବାଟାଲିୟନ ରେ ଯୋଗ ଦେଇ ୨୨ ବର୍ଷ ୩ମାସ ୧୧ ଦିନ ଧରି ସେବା ଦେଲା ପରେ ସେ ଆଜି ଅବସର ପ୍ରାପ୍ତ ହୋଇଛନ୍ତି।ସେ ତାଙ୍କ ଚାକିରି ଜୀବନରେ ସୀମା ସୁରକ୍ଷା ବାହିନୀରେ ରହି ଅନୁଶାସନ ସହିତ ନିଷ୍ଠାପର ରେ ସେବା ଯୋଗାଇ ଥିଲେ । ସେ ବର୍ତ୍ତମାନ ଚାରବାହାଲ ରେ ନିଜ ପରିବାର ସହିତ ରହୁଛନ୍ତି ।

ତାଙ୍କ ଅବସର ଖବର ଶୁଣି ସ୍ଥାନୀୟ ଚାରବାହାଲ ଗ୍ରାମର ଯୁବ ଗୋଷ୍ଟି ତାଙ୍କୁ ସମ୍ବର୍ଦ୍ଧନା ଦେଇ ଏକ ବାଇକ୍ ଶୋଭାଯାତ୍ରାରେ ରେ ଆସି ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଦେଶ ମାତୃକାର ସେବା କରିବା ସହ ନିଜ ଅଂଚଳର ସେବା କରିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଥିରେ ଆମ୍ବେଦକର କ୍ଲବର ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସଭା 

masiha

ଜାତୀୟ ଆଲୋଚନାଚକ୍ରରେ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ !

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!