ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଏସଡ଼ବ୍ଲୁ ସ୍କାମର ଭାଇରାଲ ଦୃଶ୍ୟ ନୂଆ ନିର୍ଦ୍ଧେଶକଙ୍କୁ ଘାରିବ”ଅଣଓଡ଼ିଆ ନିର୍ଦ୍ଧେଶକ ବିଦା,ଏବେ ଦୁଇ ଅଯୋଗ୍ୟ ସ୍କ୍ୱାଡ଼

ଜେଏସଡ଼ବ୍ଲୁ ସ୍କାମର ଭାଇରାଲ ଦୃଶ୍ୟ ନୂଆ ନିର୍ଦ୍ଧେଶକଙ୍କୁ ଘାରିବ”ଅଣଓଡ଼ିଆ ନିର୍ଦ୍ଧେଶକ ବିଦା,ଏବେ ଦୁଇ ଅଯୋଗ୍ୟ ସ୍କ୍ୱାଡ଼

ଯୋଡ଼ା/ଭୁବନେଶ୍ୱର:-ରାଜ୍ୟର ପ୍ରତିଷ୍ଠିତ ଖଣି କମ୍ପାନୀ ଜେଏସଡ଼ବ୍ଲୁ ମଧ୍ୟ ଖଣି ସ୍କାମ କରିବାରେ ବେସ ମାହିରର ପ୍ରମାଣ ଭାଇରାଲ। ହେଲେ ରାଜ୍ୟ ଖଣି ବିଭାଗକୁ ଜେଏସଡ଼ବ୍ଲୁ ଖଣି ଦୁର୍ନୀତିରେ ଫରକ ପଡିବା ଦୂରକଥା, ବିଭାଗୀୟଙ୍କ ସମ୍ପୃକ୍ତି ରହିଥିବାର ଦୃଶ୍ୟ ଦେଖି ଖଣିବାସୀଙ୍କୁ ଚକିତ କରେ ଯେ କେଡେ ବଡ ଦୁର୍ନୀତିଖୋର ଜେଏସଡ଼ବ୍ଲୁ କମ୍ପାନୀ ଏବଂ ଖଣି ବିଭାଗୀୟର ସମୃକ୍ତ ଖଣି ଅଫିସର ବୋଲି ଜଣାପଡେ।ତଥାବି କମ୍ପାନୀ ନିଜର ଖଣି’ସ୍କାମ ଚରମସୀମା ଦେଇ ଗତି କରୁଥିବାର ପ୍ରମାଣ ଭାଇରାଲ ଦୃଶ୍ୟ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚୁଥିବା ସୁଦ୍ଧା ପ୍ରାୟ ପ୍ରତ୍ୟେକ ମାସରେ କେବଳ ରାଜଧାନୀ ଭୁବନେଶ୍ୱରରୁ ସରକାରୀ ଖର୍ଚ୍ଚ ଓ ଦାମୀ ଗାଡ଼ିରେ ଯୋଡ଼ା ଏବଂ କୋଇଡା ଖଣି ମଣ୍ଡଳକୁ ରୀତି’ମତ ଧାଇଁ ଆସୁଥିବା ରାଜ୍ୟର ଦୁଇ ଖଣି ସ୍କ୍ୱାଡ଼ ଅଫିସର ବିଶ୍ୱରଞ୍ଜନ ସେଠୀ ଓ ପବିତ୍ର ସାହୁର ହାତରେ ‘ନା’ ପ୍ରମାଣ ଲାଗୁଛି ‘ନା’ ଜେଏସଡ଼ବ୍ଲୁ ପଡୁଛି, ଯାହା ରାଜ୍ୟ ଖଣି ମୁଖ୍ୟାଳୟ ନିମନ୍ତେ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି ଏହି ଦୁଇ ସ୍କ୍ୱାଡ଼ ଅଫିସର ପବିତ୍ର ଏବଂ ବିଶ୍ୱରଞ୍ଜନର କାର୍ଯ୍ୟକଳାପରେ ବୋଲି ବିଭାଗୀୟ ତୀବ୍ର ଚର୍ଚ୍ଚାରୁ ଜଣାପଡେ।ତେବେ ନୂତନ ବର୍ଷରେ ଅନ୍ଧକାର ଦୂର ହେଲା ଭଳି ପୂର୍ବର ଅଣଓଡ଼ିଆ ନିର୍ଦ୍ଧେଶକ ବିଦା ହୋଇଥିବା ବେଳେ ନୂତନ ବର୍ଷର ପ୍ରଥମ କିରଣ ପଡିଲା ଭଳି ରାଜ୍ୟ ଖଣି ମୁଖ୍ୟାଳୟରେ ଜଣିଏ ଓଡ଼ିଆ ଟୋକା ଶ୍ରୀ ରୋହିତ କୁମାର ଲେଙ୍କା ଖଣି ନିର୍ଦ୍ଧେଶକ ଭାବରେ ଯୋଗ ଦେବାରେ ସରକାର ଏବଂ ଖଣିବାସୀଙ୍କ ଆଶା/ବିଶ୍ୱାସ ଯେ ରାଜ୍ୟରା ଦୁର୍ନୀତିଖୋର ଖଣି ଅଫିସର(କୋଇଡା)ଓ ଯୋଡ଼ା ପ୍ରୟୋଗଶାଳାର ଗ୍ରେଡ଼ଚୋରୀରେ ଲିପ୍ତ ଡ଼ିଡ଼ିସିଏ ସୋରେନର ଜରିଆରେ ହେଉଥିବା ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ଦୁର୍ନୀତିକୁ ନାଶ କରିବେ ନୂତନ ଖଣି ନିର୍ଦ୍ଧେଶକ ଶ୍ରୀ ରୋହିତ କୁମାର ।ଏପରିକି ଜେଏସଡ଼ବ୍ଲୁ ଦୁର୍ନୀତି ରଚୁଥିବା ବିଭାଗୀୟଙ୍କ ଉପସ୍ଥିତି ବେଳର ଭାଇରାଲ ଦୃଶ୍ୟରେ ଆଜି ଯାଏ ଉକ୍ତ ଖଣିସ୍କ୍ୱାଡ଼ ଅଫିସର ବିଶ୍ୱରଞ୍ଜନ ଏବଂ ପବିତ୍ର ସାହୁ ଚୁପ ରହି କରୁଥିଲେ କଣରେ ନିର୍ଦ୍ଧେଶକ ରୋହିତ କୁମାର ଉଚିତ ପଦକ୍ଷେପ ନେଇ,ସେ ଦୁଇଜଣ ମଧ୍ୟ ବିଦା ହେବା ଆବଶ୍ୟକ ବୋଲି ତୀବ୍ର ଦାବୀ ହେଉଥିବାର ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ

Sunil Chandra Nayak

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!