କାମାକ୍ଷାନଗର (ମସିହା )12/1/23// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଂଚଳ ର ଗୋଦାରୀବିଲି ଗ୍ରାମରେ ଶିଶୁ ଚିକିତ୍ସାଳୟ ନିର୍ମାଣ କରିବା ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସେଠି ଙ୍କୁ ଭେଟି ସ୍ଵିଜରଲାଣ୍ଡ ର ଦୁଇ ଶିଶୁ ବିଶେଷଜ୍ଞ ଡାକ୍ତର ଜନ ରାଡ ମୁଲର, ଏବଂ ଡାକ୍ତର ବେଟ୍ରିକ ମୁଲର ଗୋଦାରୀବିଲି ଠାରେ ଏକ ଶିଶୁ ଚିକିତ୍ସାଳୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ପ୍ରଦାନ କରାଯାଇଛି l ସେଠାରେ ହାତ ଗୋଡ଼ ବଙ୍କା ଥିବା ଶିଶୁ ଙ୍କ ବିନା ଅସ୍ତ୍ରୋପଚାର ରେ ଚିକିତ୍ସା କରାଯିବା ଓ ଭିଡ଼ିଓ କନଫୋରେନସ ମାଧ୍ୟମ ରେ ଶିଶୁ ରୋଗୀଙ୍କୁ ଚିକିତ୍ସା ଦିଆଯିବ ବୋଲି ଆସିଥିବା ଡାକ୍ତର ଦୁଇ ଜଣ କହିଥିଲେ l ଏହି ଅବସରରେ ବିଶେଷଜ୍ଞ ମାନେ କାମାକ୍ଷାନଗର ଉପଖଣ୍ଡ ର ଦ ମେଡିକ୍ସ ପକ୍ଷରୁ ସତର ମାସ ତଳେ ଆରମ୍ଭ ହୋଇଥିବା ହେଲଥ ଚାଇଲଡ଼ କେୟାର ଓ ହାଇଡ଼ କ୍ଲିନିକ ପରିଦର୍ଶନ କରିଥିଲେ ଅଂଚଳ ର କୋଡିଏ ଗରିବ ଶ୍ରେଣୀ ର ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ତାଙ୍କ ସହିତ ଉପଖଣ୍ଡ ର ଚିକିତ୍ସା ଅଧିକାରୀ ସୁବାଷ ମଣ୍ଡଳ କ୍ଲିନିକ ର ମେଡିକାଲ ଅଫିସର ଦିଲୀପ ସାମଲ ଦୁଇ ବିଶେଷଜ୍ଞ ରୋଗୀ ଙ୍କ ମଧ୍ୟରେ ରୋଗୀ ଙ୍କ ମଧ୍ୟରେ ସମନୟ ରକ୍ଷା କରିବା ସମ୍ପର୍କ ରେ ଆଲୋଚନା କରିଥିଲେ l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ