ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

ଜଗତସିଂହପୁର :- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିର ପୁଝାରୀ ଲାଲବାହାଦୁର ଶାସ୍ତ୍ରୀଙ୍କର 57ତମ ଶ୍ରାଦ୍ଧବାର୍ଷିକୀ ପାଳନ କରିଛନ୍ତି ସାରସ୍ୱତ ପରିଷଦର କର୍ମକର୍ତ୍ତା ମାନେ ! ଜଗତସିଂହପୁର ଜିଲ୍ଲାର ତରଡ଼ାପଡା ଆଇ ଟି ଆଇ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ ! ଶାସ୍ତ୍ରିଜୀ ଙ୍କର ସ୍ମୃତି ଚାରଣ କରୁ କରୁ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ମାନ ବର୍ଣ୍ଣନା କରିଥିଲେ !ଆଲୋଚକ ବିଚିତ୍ରାନନ୍ଦ ସେନାପତି ମଧ୍ୟ ଶାସ୍ତ୍ରିଜୀଙ୍କର ” ଜୟ ଜୱାନ ଜୟ କିଷାନ ” ଆହ୍ୱାନକୁ ଅବିସ୍ମରଣୀୟ ସ୍ଵାକ୍ଷର ବହନ କରିଛି ବୋଲି ବକ୍ତବ୍ୟ ଦେଇଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଶ୍ୟାମ ପ୍ରସାଦ ସ୍ୱାଇଁ, ପଦନ କୁମାର ମହାନ୍ତି,ବିଶ୍ୱଜିତ ପ୍ରଧାନ, ଛାତ୍ର ସଂଗ୍ରାମ କେଶରୀ ନନ୍ଦୀ,ଦିଗମ୍ବର ବାରିକ ଓ ସବ୍ୟସାଚୀ ମିଶ୍ର ସ୍ମୃତିଚାରଣ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ ! ଶାସ୍ତ୍ରିଜୀ ନିଜର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମତ ପ୍ରକାଶ ପାଇଥିଲା ! ଅବଶେଷରେ ଅଜୟ କୁମାର ଦାସ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ !

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!