ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ବର୍ଷ ପରେ ଅଞ୍ଚଳ ବାସିଙ୍କ ସପ୍ନ ପୂରଣ ହେଲା 

ବହୁ ବର୍ଷ ପରେ ଅଞ୍ଚଳ ବାସିଙ୍କ ସପ୍ନ ପୂରଣ ହେଲା 

ବନ୍ଧୁଗାଁ ତା, ୧/୬/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣ ପାଟଣାର ବ୍ଲକରେ ବହୁ ବର୍ଷ ଧରି ଚାଲିରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଲୋକଙ୍କ ପାଇଁ ବହୁ ସୁବିଧା ଯୋଗେଇ ଆସୁଥିଲା I ସମସ୍ତ ବ୍ଲକରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ବିଜେଡି ଶାସନ ଆମଳରେ ତିନି ମୋହଲା ବିଶିଷ୍ଟ ଉନ୍ନତି ମାନର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କାମ ସରି ଚାଲୁରହିଥିବା ବେଳେ ନାରାୟଣ ପାଟଣା ବ୍ଲକରେ ରୋଗୀଙ୍କ ପାଇଁ ଓ ପ୍ରସୁତି ମହିଳାଙ୍କ ପାଇଁ କୋଠରୀର ଆବଶ୍ୟକ ରହିଥିବା ବେଳେ କିଛି ମାତ୍ରାରେ ଅସୁବିଧା ଜନକ ଦେଖା ଯାଉଥିଲା I ଏହିପରି ଭାବରେ ଅଞ୍ଚଳ ବାସିଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ଗୋଷ୍ଠି କେନ୍ଦ୍ର କୋରାଯିବା ପାଇଁ ପୂର୍ବ ସରକାରଙ୍କ ସମୟରେ ନୂତନ ବିଲଡିଙ୍ଗ କରିବା ପାଇଁ ଯାହା ଅନୁଦାନ ହୋଇଥିଲା ତାହା କାମ ହୋଇ ପାରିନଥିଲା I ପୂର୍ବ ସରକାର ସମୟରେ ତିନି ମୋହଲା ବିଲଡିଙ୍ଗ କାମ ପାଇଁ ଟଙ୍କା ରହିଥିଲା କୌଣସି କାରଣ ଯୋଗୁଁ କାମ ହୋଇ ପାରିନଥିଲା ବର୍ତମାନ ନାରାୟଣ ପାଟଣା ସୋଦର ବିକ୍ରମ ପୁର ଗାଁକୁ ଯିବା ରାସ୍ତା ଆମ୍ଭ ତୋଟା ଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୋରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖି ତାହା ବହୁ ବର୍ଷ ଧରି ରହିଥିବା ଦୀର୍ଘ ଦିନର ଆଶା ଆକାଂକ୍ଷା ଓ ବ୍ଲକର ୯ ଗୋଟି ପଞ୍ଚାୟତର ୯୫୬୦ ଘର ରହିଥିବା ବେଳେ ୪୩, ୫୭୫ ଲୋକେ ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୁବିଧା ଜନକ ପାଇ ପାରିବେ I ସମସ୍ତ ଜନ ସାଧାରଣଙ୍କ ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି, ନିର୍ମାଣ ହେବାକୁ ଥିବା ୨୨କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ତିନି ମୋହଲା ବିଶିଷ୍ଟ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଇ ବର୍ତ୍ତମାନ ଭୂମି ସମତୁଲ ଓ ୨ ଗୋଟି ବୋର ଖୋଲିବା କାମ ସମ୍ପୂର୍ଣ୍ଣ ହୋଇଛି I କାର୍ଯ୍ୟରତ ଠିକାଦାରଙ୍କ ଙ୍କ ସହିତ ଆଲୋଚନା କରିବାରୁ ଦେଢ ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କୋରାଯାଇ ସରକାରଙ୍କୁ ହସ୍ତାନ୍ତର କୋରାଯିବ ବୋଲି ପ୍ରତିସୃତି ଦେଇ ଛନ୍ତି I ଏହି କାର୍ଯ୍ୟ ପାଇଁ ଅଞ୍ଚଳର ଜନ ସାଧାରଣ ଙ୍କ କିଛି ସହଯୋଗ ର ହାତ ବଢ଼ାଇଲେ ନିଶ୍ଚତ ରୂପେ ସମୟ ଅନୁଯାଇ ଉଚିତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବିଲଡିଙ୍ଗ କାମ ର ଆବଶ୍ୟକ ସାହାଯ୍ୟ କରିବା ଉଚିତ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

ଭୟା ଭ ଅଗ୍ନି କାଣ୍ଡ ରେ ତିନି ବଖରା ଘର ପୋଡି ଛାରଖାର

Sunil Chandra Nayak

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!