ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ 

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ 

 ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶରେ ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶରେ ୧୫୦ ଟି ସ୍ଥାନରେ ଏହି ମହୋତ୍ସବ ଆଜି ପାଳନ କରାଯାଇଛି । ଓଡିଶାର ୫ ଟି ସ୍ଥାନ ମଧ୍ୟରୁ ଆଜି ରାଉରକେଲାର ସେକ୍ଟର – ୫ ସ୍ଥିତ ଆମ୍ବଗନ ଛକ ନିକଟରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାମୁହିକ ସମ୍ପୂର୍ଣ୍ଣ ବନ୍ଦେ ମାତରଂ ଗୀତ ଗାନ କରାଯାଇଥିଲା । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ଵାରା ଲିଖିତ ଏହି ଗୀତ ନଭେମ୍ବର ୭ ତାରିଖ ୧୮୭୫ ମସିହାରେ ଲେଖା ଯାଇ ଏବଂ ୧୮୮୨ ମସିହାରେ ତାଙ୍କର ଲିଖିତ ଆନନ୍ଦ ମଠ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଭାରତବାସୀଙ୍କୁ ଏକତ୍ରିତ କରିବା ଓ ଇଂରେଜ ମାନଙ୍କ ସହିତ ଲଢ଼ିବା ପାଇଁ ଏହି ଗୀତର ଯଥେଷ୍ଠ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ୧୮୯୬ ରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର କଲିକତା ଠାରେ ଅନୁଷ୍ଠିତ ସମ୍ମିଳନୀରେ ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ଏହି ଗୀତକୁ ଗାନକରି ଥିଲେ । ଏହାକୁ କଂଗ୍ରେସର ସବୁ ଅଧିବେଶନରେ ଗାନ କରିବା ପାଇଁ ପ୍ରସ୍ତାବକୁ ଗ୍ରହଣ କରାଯାଇ ଥିଲେ ମଧ୍ୟ , ମୁସଲିମ ଲିଗ ଏହା ହିନ୍ଦୁ ଦେବୀ ଦୁର୍ଗାଙ୍କ ବର୍ଣ୍ଣନା କହି ବିରୋଧ କରିବାରୁ ଏହାର କେବଳ ପ୍ରଥମ ଦୁଇଟି ଷ୍ଟାଞ୍ଜା ଗାନ କରାଯାଉଥିଲା, ଯାହା କଂଗ୍ରେସର ତୃଷ୍ଟିକରଣ ନୀତି ଥିଲା । ସ୍ଵାଧୀନ ସଂଗ୍ରାମୀ ମାନଙ୍କର ପ୍ରଧାନ ଅସ୍ତ୍ର ଥିଲା ବନ୍ଦେ ମାତରଂ ସ୍ଲୋଗାନ । ୧୯୦୫ ମସିହାରେ ବଙ୍ଗ ଭଙ୍ଗ ବିରୁଦ୍ଧରେ କଲିକତା ଟାଉନ ହଲରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇ ଥିଲା । ସେଠାରେ ୪୦ ହଜାର ଦେଶପ୍ରେମୀ ଏକତ୍ରିତ ହୋଇ ଥିଲେ । ଲର୍ଡ କର୍ଜନ ପୋଲିସକୁ ଆଦେଶ ଦେଲେ ଯିଏ ଏହି ଗୀତ ଗାନ କରିବ ତାକୁ ବନ୍ଦୀ କର କିନ୍ତୁ ସମସ୍ତେ ଏହାକୁ ଅମାନ୍ୟ କରି ଗାନ କରିଥିଲେ । କର୍ଣ୍ଣାଟକର ଗୁଲବର୍ଗ ଠାରେ ସ୍ଵତନ୍ତ୍ରତା ଆଜାଦିର ଏକ ଐତିହାସିକ ସମ୍ମିଳନୀ ହୋଇଥିଲା । ଏଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀ ସମ୍ମିଳିତ ହୋଇଥିଲେ । ନଭେମ୍ବର ୨୮ ତାରିଖ ୧୯୩୮ ରେ ବିଦ୍ୟାର୍ଥୀମାନେ ଏହି ସଙ୍ଗୀତକୁ ସାମୁହିକ ଗାନ କରିଥିଲେ କିନ୍ତୁ ଫିରିଙ୍ଗି ସରକାର ଏହା ଉପରେ ପ୍ରତିବନ୍ଦ ଲଗାଇଥିଲେ ଯାହାଦ୍ଵାରା ବିଦ୍ୟାର୍ଥୀଙ୍କୁ ଗୃହ ବନ୍ଦୀ କରାଯାଇଥିଲା ।

ବନ୍ଦେ ମାତରଂ ସ୍ଲୋଗାନ ସ୍ଵାଧୀନତା ପ୍ରାପ୍ତି ପାଇଁ ଆମେଘ ଅସ୍ତ୍ର ଥିଲା । ବନ୍ଦେ ମାତରଂର ୧୫୦ ବର୍ଷ ପାଳନ କରିବା କେବଳ ଅତୀତକୁ ଦେଖିବା ନୁହେଁ , ଏହା ଦେଶପ୍ରେମ, ଏକତା, ଏବଂ ପ୍ରତିରୋଧକ ଶକ୍ତିର ମୂଲ୍ୟବୋଧକୁ ପୁନଃ ପ୍ରତିଷ୍ଠା କରିବାର ଏକ କାର୍ଯ୍ୟ ଅଟେ, ଯାହା ଭାରତର ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଇଥିବା ସ୍ୱଦେଶୀ ଜ୍ଞାନକୌଶଳ ଓ ପଦାର୍ଥକୁ ବ୍ୟବହାର ଆମେ ଗ୍ରହଣ କରିବା ବୋଲି ଉପଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ବନ୍ଦେ ମାତରଂ ଗୀତର ପ୍ରଭାବ କିପରି ଭାବରେ ସ୍ଵାଧୀନ ସଂଗ୍ରାମୀ ମାନଙ୍କୁ ଦେଶ ପ୍ରେମରେ ଉଦବୋଧ କରିଥିଲା ତାହା ବର୍ଣ୍ଣନା କରିଥିଲେ। ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏହା ସ୍ଵାଧୀନ ସଂଗ୍ରାମୀଙ୍କ ଆମେଘ ଅସ୍ତ୍ର ଥିଲା ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ , ଏହି କାର୍ଯ୍ୟକ୍ରମର ସଂଯୋଜକ ପରେଶ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା, ଜିଲ୍ଲା , ମଣ୍ଡଳ, ବୁଥ ସ୍ତରୀୟ କର୍ମୀ, ସାଧାରଣ ଜନତା ଆଦି ତ୍ରିରଙ୍ଗା ଜାତୀୟ ପତାକା ଧରି ,କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!