ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି 

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି 

ରାଉରକେଲା: ପାନପୋଷ ଜନତା ଧର୍ମଶାଳାରେ ରାଉରକେଲା ପୋଷ୍ଟମର୍ଟମ ଗୃହ ନିକଟସ୍ଥ ପ୍ରାୟ ୨୫ ଏକର ଜମିର ସଦୁପଯୋଗ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ଉପରେ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ପୂର୍ବରୁ ସୁନ୍ଦରଗଡ଼ ଲୋକସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଥିବା ପ୍ରାୟ ୧୫୦ ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ଦସ୍ତଖତ ସମ୍ମିଳିତ ସ୍ମାରକପତ୍ର ଉଲ୍ଲେଖ ଥିବା ଦାବି ଯଥା ୧) ଅତ୍ୟାଧୁନିକ ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ୨) ଯୋଗ ଶିକ୍ଷା ଏବଂ ପ୍ରାକୃତିକ ଉପଚାର କେନ୍ଦ୍ର ପ୍ରତିଷ୍ଠା ୩) ବୋଟାନିକାଲ ଗାର୍ଡେନ ନିର୍ମାଣ ୪)ଏହି ପ୍ରକଳ୍ପକୁ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ଉପରେ ବିଚାର ବିମର୍ଶ କରାଯାଇଥିଲା l ପ୍ରାରମ୍ଭରେ ସଂଗଠନର ଉପସଭାପତି ହୃଷିକେଶ ବଳିୟାରସିଂହ ସ୍ୱାଗତ ଅଭିଭାଷଣ ରଖି କହିଥିଲେ ଅଂଚଳବାସୀଙ୍କ ମଧ୍ୟରେ ଏକତ୍ୱ ଭାବ ଥିବାରୁ ସ୍ୱାସ୍ଥ୍ୟକୁ ନେଇ ମଞ୍ଚ କରିଥିବା ଦାବି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି l ଅନ୍ୟତମ ଉପସଭାପତି ରମାକାନ୍ତ ପାଣ୍ଡେ ମଞ୍ଚର ଆଭିମୁଖ୍ୟ ଉପରେ ଆଲୋଚନା କରି କହିଥିଲେ ଏହି ଅଣ ରାଜନୈତିକ ସଂଗଠନ ଜନସେବାକୁ ମୂଳମନ୍ତ୍ର ବୋଲି ବିଚାର କରେ l ସମ୍ପାଦକ ବିଜୟାନନ୍ଦ ଅଗ୍ରୱାଲ ଦାବି ଗୁଡ଼ିକ ଉପରେ ସମ୍ୟକ ସୂଚନା ପ୍ରଦାନ କରି କହିଥିଲେ, ଯଦି ସମସ୍ତେ ସଚେତନ ନ ହେବେ ତେବେ ଖାଲି ଥିବା ଏହି ଜମିରେ ବସ୍ତି ଗଢ଼ି ଉଠିବ, ତେଣୁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ l ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ କହିଥିଲେ ସ୍ମାର୍ଟ ସିଟି ରାଉରକେଲାରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ ହେଉଥିବା ବେଳେ ପୁରୁଣା ଛେଣ୍ଡ ଏବଂ ପାନପୋଷ ଅଂଚଳ ଏଥିରୁ ବଞ୍ଚିତ ହେଉଛି l ଏଥିପାଇଁ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଜାଗ୍ରତ ହୋଇ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି l ଏହା ସହିତ ଶ୍ରୀ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀଙ୍କୁ ଏହି ଦାବି ଉପରେ ସ୍ମାରକପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯିବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ସହିତ ଯୋଗାଯୋଗ ସ୍ଥାପନ କରାଯିବ l ଏହି ଅବସରରେ ବିଭୁଦତ୍ତ ବେହେରା, ଗିରିଜା ଶଙ୍କର ଗୋସ୍ୱାମୀ, ଶ୍ୟାମ ସୁନ୍ଦର ଜେନା, ଗୁରୁଚରଣ ଜେନା ନିଜ ନିଜର ମତ ଉପସ୍ଥାପନ କରି କହିଥିଲେ, ବେଦବ୍ୟାସ ବିକାଶ ମଞ୍ଚ ନିରନ୍ତର ପ୍ରୟାସ କରିବା ଦ୍ୱାରା ବେଦବ୍ୟାସ ପୀଠର ବିକାଶ ତ୍ୱରାନ୍ୱିତ ହୋଇଛି, ବିଶେଷ କରି ଝୁଲାପୋଲ ବଦଳରେ ଏକ ସେତୁ ନିର୍ମାଣ କରାଯାଇ ବ୍ୟାସକ୍ଷେତ୍ର ସହିତ ସମ୍ପୂର୍ଣ ରାଉରକେଲାକୁ ସଂଯୋଗ କରିବା ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି l ଜଳଭଣ୍ଡାର ସୃଷ୍ଟି ପାଇଁ ହୋଇଥିବା ଦାବିର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି l ଏପରି ସ୍ଥଳେ ସମସ୍ତ ସହଯୋଗ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଦାବିର ପରିପୂରଣ ନିଶ୍ଚୟ ହେବ ବୋଲି ଆଶା ବାନ୍ଧିଥିଲେ l ପରିଶେଷରେ ହରିହର ଶତପଥୀ ଧନ୍ୟବାଦ ଦେଇଥିଲେ l ଏହି ସଭାକାର୍ଯ୍ୟକୁ ସଫଳ କରିବା ପାଇଁ ଅର୍ଜୁନ ଚନ୍ଦ୍ର ସାହୁ, ମଧୁସୂଦନ ସାହୁ, କେଦାରନାଥ ପାଢ଼ୀ, ବାଞ୍ଛାନିଧି ପାଢ଼ୀ, ଅୱଧେଶ ପ୍ରସାଦ, କିଶୋର କୁମାର ଓଝା, ଟିକେଶ୍ୱର ପ୍ରଧାନ, ଧନଞ୍ଜୟ ପଣ୍ଡା, ସୌରଭ କୁମାର ସାହୁ, ସତ୍ୟବ୍ରତ ସାହୁ, ଦିବାକର ନନ୍ଦ, ପ୍ରସାଦ ଜୈସୱାଲ ପ୍ରମୁଖ ଟ୍ରଷ୍ଟି ମାନେ ସହଯୋଗ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

Sunil Chandra Nayak

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

ପହଲଗାଁମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!