ପାପଡାହାଣ୍ଡି,9/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଡାବୁଗାଁ ରାସ୍ତାର ପଣ୍ଡିତ ଗୁଡା ନିକଟରେ ଥିବା ପୋଲରୁ ଗୁରୁବାର ଏକ କାର ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ବେଳେ ଏଥିରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଖବର ପାଇ ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |ଦୁର୍ଘଟଣା ପରେ କାରରେ ବସିଥିବା ଯାତ୍ରୀ ମାନେ ଫେରାର ହୋଇଯାଇଛନ୍ତି | ସୂଚନା ମୁତାବକ OD 02 CB 1609 ଟି ମଇଦଲପୁର ରୁ ଡାବୁଗାଁ ଆଡ଼କୁ ଯିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର ଟି ପୋଲ ତଳକୁ ଚାଲିଯାଇଥିଲା | ପୋଲିସ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ |
previous post
next post