ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ରାଇଘର ୯/୨ ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁରାବେଡା ପଞ୍ଚାୟତର ସୋନପୁର ଡି ଏନ୍ କେ ଗ୍ରାମରେ ବାଲ୍ୟ ବିବାହ ରୋକିବା ଦେଖିବାକୁ ମିଳିଛି l ସୋନପୁର ଗ୍ରାମର ନାବାଳକ ଓ ଛତିଶଗଡର ପାଖଞ୍ଜର ଗ୍ରାମର ନାବାଳିକାର ବିବାହ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ରାଇଘର ସିଡ଼ିପିଓ ଗୀତାଞ୍ଜଳି ମିଶ୍ର,ସୁପର ଭାଇଜର ରାଇଘର ମହିଳା ପୋଲିସ ସହ ଗୁରବାର ସୋନପୁର ଗ୍ରାମରେ ପହଂଚି ହୋଇଥିବା ବାଲ୍ୟ ବିବାହ କୁ ରୋକିଥିଲେ l ସୋନପୁର ଗ୍ରାମକୁ ନାବାଳିକାର ପରିବାର ଛତିଶଗଡ଼ ରୁ ଆସି ସୋନପୁର ଗ୍ରାମରେ ପହଂଚି ବିବାହ କରି ଫେରିଯାଇଥିଲେ l ଗୁରବାର ନାବାଳକ ଜୟନ୍ତ ମଜୁମଦାର ଙ୍କ ପିତା ପରିମଳ ମଜୁମଦାର, ଗ୍ରାମର ସଭାପତି, ଗ୍ରାମବାସୀ ଓ ପ୍ରସାଶନିକ ଅଧିକାରୀ ବୁଝସୁଝା କରିବାପରେ ସମସ୍ତେ ବୁଝିଥିଲେ ଓ ନାବାଳିକାର ପିତା ମାତା ଙ୍କୁ ଫୋନ ଯୋଗେ ସମସ୍ତ କଥା କହିବା ପରେ ଆସନ୍ତା କାଲି ରାଇଘର ସୋନପୁର ଗ୍ରାମରେ ପହଂଚି ନିଜ ନାବାଳିକା ଝିଅ କୁ ଫେରାଇ ନେବେ ବୋଲି ସେ ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି ଅନ୍ୟ ପକ୍ଷ ରେ ଗୁରୁବାର ଦିନ ଗ୍ରାମର ସଭାପତି ନିଜ ଦାୟିତ୍ବ ରେ ନାବାଳିକା ଙ୍କୁ ରଖି ଶୁକ୍ରବାର ପିତା ମାତା ଙ୍କୁ ଫେରାଇ ନେବା ପାଇଁ କହିବେ ବୋଲି ସିଡ଼ିପିଓ ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହ cwc ଙ୍କୁ ଜଣାଇ ଥିବା କହିଛନ୍ତି

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

masiha

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!