ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଅବସରରେ  ଆଈ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର ର ଆହ୍ଵାନ “ ସମସ୍ତେ ସଚେତନ ହେଲେ ଶିଶୁ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ପ୍ରତିରୋଧ ସମ୍ଭବ

ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଅବସରରେ 
ଆଈ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର ର ଆହ୍ଵାନ “ ସମସ୍ତେ ସଚେତନ ହେଲେ ଶିଶୁ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ପ୍ରତିରୋଧ ସମ୍ଭବ

ପାରଳାଖେମୁଣ୍ଡି ତା ୧୨.୧୦.୨୦୨୬ ରିଖ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, ଗଜପତି ତରଫରୁ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଜିଲା ପ୍ରଶାସନ, ଗଜପତି ଓ ମହିଳା ଶିଶୁ ବିକାସ ବିଭାଗ ଓଡିଶା ସରକାରଙ୍କ ସହାୟତାରେ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି ଠାରେ ଅନୁଷ୍ଠାନର ଶିଶୁ କନ୍ୟାମାନଙ୍କୁ ନେଇ ମହା ଉତ୍ସାହରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ | ଏହି କାର୍ଯ୍ୟ କ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର ଶିଶୁ କନ୍ୟା ମାନେ ପରିବେଷଣ କରିଥିଲେ | ଉକ୍ତ କାର୍ଯ୍ୟ କ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ୧୧ ଅକ୍ଟୋବର ୨୦୨୬ ରେ ପାଳିତ ହେଉଥିବା ‘ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ର ବିଷୟବସ୍ତୁ ହେଉଛି “ବାଲ୍ୟ ବିବାହର ଅନ୍ତ ଘଟାଇବା ଏବଂ କନ୍ୟାମାନଙ୍କ ଅଧିକାରରେ ନିବେଶ କରିବା”| ପ୍ରତିବର୍ଷ ୧୧ ଅକ୍ଟୋବରରେ ପାଳିତ ହେଉଥିବା ‘ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ହେଉଛି ସମଗ୍ର ବିଶ୍ୱରେ କନ୍ୟାମାନଙ୍କୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସ୍ୱର, କାର୍ଯ୍ୟ ଓ ନେତୃତ୍ୱକୁ ସୁଦୃଢ଼ କରିବାର ଏକ ବିଶ୍ୱସ୍ତରୀୟ ଅବସର। ଏହା ସେହି ସମସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କନ୍ୟା ଏବଂ ସେମାନଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି। ଏହି ବିଷୟରେ ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷ ଅମିୟ କୁମାର ତ୍ରିପାଠୀ, କିଶୋର ନ୍ୟାୟ ପରିଷଦର ସଦସ୍ୟା ଭାଗ୍ୟଲକ୍ଷ୍ମି ନାୟକ, ଶିଶୁ କଲ୍ୟାଣ ବିଭାଗର ସଦସ୍ୟ ନାଗେଶ୍ଵର ଚୌଧୁରୀ, ରୀତା ଦାସ, ଶୁଭ୍ରକାନ୍ତି ବେହେରା, ହବ ର ଜିଲ୍ଲା ସଂଯୋଜକ ଶ୍ରୀ ଏଲ୍. ରାମ ପ୍ରସାଦ ,ଜିଲ୍ଲା ସଞ୍ଜୋଜିକା OLM ସ୍ଵୟଂ project ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ତାଙ୍କରି ବକ୍ତବ୍ୟରେ କହିଥିଲେ ଏହି ଦିନ, ଆମେ ସମସ୍ତେ ଏକତ୍ରିତ ହୋଇ କନ୍ୟାମାନଙ୍କ ସମସ୍ତ ପ୍ରକାରର ଅଧିକାରକୁ ସ୍ୱୀକୃତି ଦେବା ଏବଂ ସେଥିପାଇଁ ସ୍ୱର ଉତ୍ତୋଳନ କରିବାକୁ ସଂକଳ୍ପବଦ୍ଧ ହେବା |

ଶିଶୁ କନ୍ୟାମାନଙ୍କ ମୁହଁରେ ହସ ଫୁଟାଈବା ପାଇଁ ଉତ୍କଳ ବାଳାଶ୍ରାମର ବାଳିକା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର counsellor ସୁଶ୍ରୀ ସଂଗୀତା ମଲ୍ଲିକ ଏବଂ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ଡ. ଦେବାନନ୍ଦ ଦାଶ, ମଧୁସ୍ମିତା ପାଢୀ,ମୋହିନୀ ପ୍ରଧାନ, ସୁନିତା ବେହେରା,ଶିବାନୀ ସାମନ୍ତ, ନିରୁପମା ରାଉଳ, ହରିକୃଷ୍ଣ ଚୌଧୁରୀ, ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ସଖୀ ୱାନ ଷ୍ଟପ ସେଣ୍ଟର ର ଆଈନ ପରାମର୍ଶ ଦାତ୍ତା ଡ. ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

Related posts

ମଦ ବିରୋଧରେ ମହିଳାଙ୍କ ମହାସଂଗ୍ରାମ ମିଚାଗାଁରୁ ଉଠିଲା ମଦ ବିରୋଧୀ ସ୍ବର, ଶୋଭାଯାତ୍ରା କରି ସଚେତନ ବାର୍ତା ଦେଲେ ମହିଳା

Sunil Chandra Nayak

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

masiha

108 ବୋଟ ଆମ୍ବୁଲାନ୍ସ ଘାଟ ରୁ ଡ୍ୟାମ ଉପର ପର୍ଯ୍ୟନ୍ତ ପାହାଚ ପୁନଃ ନିର୍ମାଣ ଅବା ରୋଗୀଙ୍କୁ ନେବା ଆଣିବା ପାଇଁ ଲିଫ୍ଟ ବ୍ୟବସ୍ଥା ଆବଶ୍ୟକ

Sunil Chandra Nayak

Leave a Comment

error: Content is protected !!