ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଜୁନାଗଡ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଭବାନୀପାଟଣାତା. ୧୨.୧୦.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ଜୁନାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତନ୍ମୟ କୁମାର ଦରୱାନ ଏବଂ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେଭର କୋଣ୍ଡା ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣୀ ଶିବିର ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭର୍ଷିତା ଆଦିକ୍ୟୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ଟି ସାମୂହିକ ଅଭିଯୋଗ ରହିଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ତଳରେ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଘର ଘର୍ ତ୍ରିରଙ୍ଗାର ଗୌରବ ବାର୍ତ୍ତା ନେଇ ଜୁନାଗଡ଼ରେ ବ୍ଲକସ୍ତରୀୟ ରାଲି 

Sunil Chandra Nayak

ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

9-Year-Old Boy Dies Due to Blood Denial at Odisha Blood Centre

masiha

Leave a Comment

error: Content is protected !!