ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଦିଗୁଡା ଗାଁ ଠାରେ ଆଦିବାସୀ ସଚେତନତା ସଭା

ମାଦିଗୁଡା ଗାଁ ଠାରେ ଆଦିବାସୀ ସଚେତନତା ସଭା 

ଭବାନୀପାଟଣା :-୧୦/୬/୨୬ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରବ୍ଲକ ଅଧିନସ୍ତ ମାଦିଗୁଡା ଠାରେ ଉତ୍କଳ କନ୍ଧ ସମାଜ ଲୁହା ପ୍ରଗଣା ପକ୍ଷରୁ ଏକ ଆଦିବାସୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଉତ୍କଳ କନ୍ଧ ସମାଜ ଟିଟିଲାଗଡ଼ ଲୁହା ପ୍ରଗଣା ସମ୍ପାଦକ ଥବୀର ପୁଝାରୀ, ଆଦିବାସୀ ନେତା ହେମନ୍ତ ମାଝୀ, ଦିଲୀପ ମାଝୀ, ନାରୀନେତ୍ରୀ ରୀନା ମାଝୀ ସମୂହ ଯୋଗଦାନ ଦେଇ ଆଦିବାସୀ ମାନଙ୍କ ଅଧିକାର, ପରମ୍ପରା, ସଂସ୍କୃତି ଉପରେ ଆଲୋଚନା କରି ସମସ୍ତ ଆଦିବାସୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ l ଏଥିରେ ମାଦିଗୁଡା ପଞ୍ଚାୟତ ଲୁହା ପ୍ରଗଣା ସଭାପତି ନୃପରାଜ ମାଝୀ, ଏବଂ ବରିଷ୍ଠ ଆଦିବାସୀ ନେତା ପୂର୍ଣ୍ଣଚନ୍ଦ୍ର ମାଝୀ, ଧବଳେଶ୍ୱର ମାଝୀ ନିଜ ଗାଁର ସମସ୍ୟା ସଙ୍ଗେସଙ୍ଗେ ଆଖପାଖ ଅଞ୍ଚଳର ସମସ୍ୟାମାନ ଉପସ୍ଥାପନା କରିଥିଲେ l ପ୍ରତ୍ୟେକ ସମସ୍ୟା କୁ ଗମ୍ଭୀରତା ସହିତନେଇ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ସଭାରେ ସମସ୍ତଙ୍କର ସହମତି ପ୍ରକାଶ ପାଇଥିଲା l ଆଦିବାସୀମାନେ ଏକତାର ସହିତ ନିଜର ଅଧିକାର ଏବଂ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଆଦିବାସୀ ନେତାମାନେ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମାଦିଗୁଡା ଗ୍ରାମର ପୃଥ୍ୱୀରାଜ ମାଝୀ, ରାଜକୁମର ମାଝୀ, ଉତ୍ତରା ମାଝୀ, ରାଧୁ ଚରଣ ମାଝୀ, ହେମନ୍ତ ମାଝୀ, ମହେନ୍ଦ୍ର ମାଝୀ, ଜଳଧର ମାଝୀ, ଲିଙ୍ଗରାଜ ମାଝୀ, ଏବଂ ଗ୍ରାମର ଅନେକ ଆଦିବାସୀ ଓ ଚିକିଲି ଗ୍ରାମର ଆଦିବାସୀମାନେ ମଧ୍ୟ ଉପସ୍ଥିତ ଥିଲେ l

ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା- କୃଷକ ଦିବସ ପାଳିତ

Sunil Chandra Nayak

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

Sunil Chandra Nayak

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

Sunil Chandra Nayak

Leave a Comment

error: Content is protected !!