ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ପୋଲିସ ଏବଂ ଶ୍ରମିକ ଙ୍କୁ ଉଦ୍ଧାରରେ ସହଯୋଗ କାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ 

ତେନ୍ତୁଳିଖୁଣ୍ଟି -୦୧/୦୬/୨୩ –  ଆନ୍ଧ୍ରପ୍ରଦେଶ ର ଚିଙ୍ଗୁଡ଼ି ଫାର୍ମ ରେ ନିର୍ଯାତିତ ଓ ବନ୍ଧକ ଥିବା ଶ୍ରମିକ ଙ୍କୁ ଉଦ୍ଧାର ପାଇଁ କୁନୁ କୂଳଦୀପ ନବରଙ୍ଗପୁର ଏସ ପି ଏସ ସୁଶ୍ରୀ ଙ୍କୁ ଅନୁରୋଧ କରିବା ପରେ ଖାତିଗୁଡା ପୋଲିସ ଥାନାରେ ଅଭିଯୋଗ 28 ତାରିଖରେ ଦରଜ କରାଯାଇଥିଲା। ସ ବ ଇନ୍ସପେକ୍ଟର ମହେଶ୍ୱର ବୁ ଦ ବୁଡେ ଙ୍କ ନେତୃତ୍ୱ ରେ ଏକ ଆନ୍ଧ୍ରପ୍ରଦେଶ ବାଣ୍ଟୁ ମିଲି ଥାନା ଅଞ୍ଚଳ ର ଏକ ଚିଙ୍ଗୁଡ଼ି ଫାର୍ମ ରୁ ତିନି ନାବାଳକ ସମେତ 16 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଦେଓପାଲି ଗ୍ରାମ ମୁର୍କା ଗ୍ରାମ ତଥା କୋକ ସରା ଓ ଜୟପାଟଣା ଅଞ୍ଚଳ ର ଉଦ୍ଧାର ହୋଇଥିବା ବନ୍ଧକ ଶ୍ରମିକ ଙ୍କ ପରିବାର ବର୍ଗ ଖାତିଗୁଡା ପୋଲିସ ଆଇ ସି ଦୀପକ ଲେଙ୍କା ,ଏସ ଆଇ ମହେଶ୍ୱର ବୁଦ୍ ବୁଡେ ସମେତ ସମିତି ସଭ୍ୟ ସୁଧୀର ଖୁରା ସମେତ ଅନ୍ୟ ଯେଉଁମାନେ ଉଦ୍ଧାର କରିବାରେ ସହଯୋଗ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନବରଙ୍ଗପୁର ଏସ ପି ଏସ ସୁଶ୍ରୀ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାରୁ ଧନ୍ୟବାଦ ଦେଇଥିଲେ ଗ୍ରାମବାସୀ ଓ ଏବଂ ଉଦ୍ଧାର ଶ୍ରମିକ ପରିବାର।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

୩ ଜଣ ଏମବିବିଏସ ଡାକ୍ତରଙ୍କ ଭରସାରେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି 

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!