ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା , “ପାନୀୟଜଳ ସମସ୍ୟା ତୂରିତ ସମାଧାନ ଉପରେ ଗୁରୁତ୍ୱ “

ରାୟଗଡା/୧/୬/୨୩: ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍ ବିନିଯୋଗ ଓ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି l ବିଶେଷ କରି ପିଇବା ପାଣି ସମସ୍ୟା ଉପରେ ଗୁରୁତର ସହ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି l ଜିଲ୍ଲାରେ ଜଳକିଷ୍ଟ ଅଂଚଳ ମାଙ୍କରେ ବର୍ଷାଦିନ ପୂର୍ବରୁ ପ୍ରକଳ୍ପଗୁଡିକର ସମ୍ପୂର୍ଣ କରି ବିଶୁଦ୍ଧ ପାନୀୟ ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ସୀମକ୍ଷା ବୈଠକରେ ଅଧ୍ୟକ୍ଷତା କରି ଆଲୋଚନା କରିଥିଲେ । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଟା ସୁଧୀର କୁମାର ଦାଶ,ଜିଲ୍ଳାପାଳ ସ୍ୱଧାଦେବ ସିଂ,ପୂର୍ବତନ ରାଜ୍ୟସଭା ସଂlସଦ ଏନ. ଭାସ୍କର ରାଓ, ରାୟଗଡା ପୌର ପରିଷଦ ନଗରପାଳ,ପି. ମହେଶ ପଟ୍ଟନାୟକ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ,ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ,ଜିଲ୍ଳା ଯୋଜନା ଅଧିକାରୀଙ୍କ ସମେତ ବହୁ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଅନୁଦାନଗୁଡିକ ପ୍ରଦାନ କରାଯାଉଛି ସେ ଅନୁଦାନଗୁଡିକ କିପରି ସଠିକ ସମୟରେ ବିନିଯୋଗ ହେବ ସେଥିପାଇଁ ଅନେକ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଇଛି ।

ଏହି ପ୍ରକଳ୍ପଗୁଡିକ କିପରି କ୍ଷୀପ୍ର ଗତିତରେ ଆଗକୁ ବଢିପାରିବ ଏଥି ନିମନ୍ତେ ପୈାରପାଳିକା,ବ୍ଳକ ଓ ଜିଲ୍ଳା ପରିଷଦ ସ୍ତରରେ ସମୀକ୍ଷା କରିବି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ବିଶେଷ କରି ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

masiha

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

masiha

Leave a Comment

error: Content is protected !!