ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡ଼ାବୁଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ୧୭ ମୋଟରସାଇକେଲ ଜବତ, ୪ ଗିରଫ

ଡାବୁଗାଁ, ୧/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଡ଼ାବୁଗାଁ ଥାନା ଅଧୀନ ବିଭିନ୍ନ ଅଞ୍ଚଳ ରୁ ଚୋରି ହୋଇଥିବା ମୋଟ ୧୭ ଟି ଚୋରି ମୋଟର ସାଇକେଲ ଜବତ ହୋଇଥିବା ବେଳେ ଏହି ଚୋରି ମାମଲା ରେ ସଂପୃକ୍ତ ୪ ଜଣ ଙ୍କୁ ଗିରଫ କରିଛି ପୋଲିସ । ଡାବୁଗାଁ ଥାନା ଅଧୀନ ଜବାଗୁଡା ଗ୍ରାମର ଚନ୍ଦ୍ର ମିର୍ଗାନ୍ ନାମକ ଜଣେ ବ୍ୟକ୍ତି ତାଙ୍କ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ କରିବା ପରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଅଭିଯାନ ପ୍ରସ୍ତୁତ କରାଯାଇଥିଲା । ଏହି ଅଭିଯାନ ରେ ଡ଼ାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମ ରୁ ମୋଟ ୧୭ ଟି ମୋଟର ସାଇକେଲ ଜବତ କରାଯାଇଛି । ଏଥିସହ ଏହି ଚୋରି ମାମଲା ରେ ସଂପୃକ୍ତ ଡାବୁଗାଁ ଥାନା ଅଧୀନ ଜୟନ୍ତିନଗର ଗ୍ରାମର ରାମ ଚନ୍ଦ୍ର ଜାନି, ଉମରକୋଟ ଥାନା ଅଧୀନ ଧୋଡ୍ରା ଗ୍ରାମର ଡୁମର ହରିଜନ ଓ ସୁଧୀର ହରିଜନ ଏବଂ ରାଇଘର ଥାନା ଅଧୀନ ଜାମଦୋରା ଗ୍ରାମ ର ଚନ୍ଦ୍ର ହରିଜନ ଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ରେ ଅନ୍ୟ କେଉଁ ମାନେ ସଂପୃକ୍ତ ରହିଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ନବରଙ୍ଗପୁର ଅରକ୍ଷୀ ଅଧିକ୍ଷକ । ଏହି ସମସ୍ତ ଘଟଣା ସମ୍ପର୍କ ରେ ଡାବୁଗାଁ ଥାନା ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ . ଏସ୍. ସୁଶ୍ରୀ । ସୂଚନା ଯୋଗ୍ୟ ଯେ ଗତ ୨୬ ତାରିଖ ଡାବୁଗାଁ ଥାନା ଅଧୀନ ଜବାଗୁଡା ଗ୍ରାମରେ ଏକ ବଜାର ହୋଉଥିଲା ଏହାର ସୁଯୋଗ ନେଇ ଜୟନ୍ତି ନଗର ର ରାମଚନ୍ଦ୍ର ଜାନି, ଧୋଡ୍ର| ଭୀମାଗୁଡା ର ଡୁମର ହରିଜନ ଓ ସୁଧୀର ହରିଜନ ଏବଂ ରାଇଘର ଥାନା ଅଧୀନ ଜାମଦୋରା ଗ୍ରାମର ଚନ୍ଦନ ହରିଜନ ଜବାଗୁଡା ଗ୍ରାମରେ ପଶି ଚନ୍ଦର ମିର୍ଗାନ ଙ୍କ ଘରେ ପଶି ବାଇକ ଚୋରି କରିବାକୁ ଉଦ୍ୟମ କରିଥିଲେ |ଏହି ସମ୍ମିଳନୀରେ ଡିଏସପି ଚନ୍ଦ୍ର ଶେଖର ହୋତା, ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ, ଏଏସଆଇ ଶିଶିରକାନ୍ତ ଘୋଷ, ବିଜୟ କୁମାର ସାହୁ ଓ ପୁଷ୍ପଲତା ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ | ଏନେଇ ଥାନା କେସ ନଂ ୧୧୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଆରେଷ୍ଟ ହେଲେ ଜଗତସିଂହପୁର ର ଡେପୁଟି କଲେକ୍ଟର

Sunil Chandra Nayak

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!