ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ତଥା ୪୨ ମୌଜା ଗୌରବ ଡକ୍ଟର ସେକ୍ କଲିମୁଲ୍ଲା ସମ୍ବର୍ଧିତ

କଟକ : ବିଶ୍ଵ ମାନବ ଅଧିକାର ପରିଷଦ ଦ୍ଵରା ଆୟୋଜିତ ୫ମ ଜାତୀୟ ସମ୍ମାନ ପ୍ରଦାନ ମହୋତ୍ସବ – ୨୦୨୩ ଲକ୍ଷ୍ନୌ ସ୍ଥିତ ଉର୍ଦ୍ଧୁ ଏକାଡେମି ପରିସରରେ ଅନୁଷ୍ଠିତ ହୋଇ ସମାଜସେବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ଵତ ସାଧକ ଵୟାଳିଶମୌଜା ନିବାସୀ ତଥା ବିଶ୍ବ ମାନବାଧିକାର ପରିଷଦ ରାଜ୍ୟ ଆବାହକ ପ୍ରଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲାଙ୍କୁ ସମ୍ମାନ ଜନକ ଭାରତ ଗୌରବ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକର୍ମରେ ବିଶ୍ଵ ମାନବ ଅଧିକାର ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ଏ.ଏମ.ଅନସାରି,ରାଜ୍ୟମନ୍ତ୍ରୀ ଦାନିସ ଆଜାଦ ଅନସାରୀ,ସିନେ କଳାକାର ଅନିଲ ରସ୍ତୋଗି,ପରହାନା ଫାତେମା, ମୌଲାନା ଅନୱାରୁଲ ହଗ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଭାରତ ବର୍ଷର ବିଭିନ୍ନ ରାଜ୍ୟ ସହ ନେପାଳରୁ ବିଶ୍ବ ମାନବାଧିକାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

masiha

‘ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

masiha

ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!