ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ସାମ୍ବାଦିକ ମହାସଂଘ ର ମାସିକ ବୈଠକ , କେସିଙ୍ଗା ଅଞ୍ଚଳ ର ଅନେକ ସମସ୍ୟାକୁ ନେଇ ଆଲୋଚନା

କେସିଙ୍ଗା ସାମ୍ବାଦିକ ମହାସଂଘ ର ମାସିକ ବୈଠକ , କେସିଙ୍ଗା ଅଞ୍ଚଳ ର ଅନେକ ସମସ୍ୟାକୁ ନେଇ ଆଲୋଚନା 

କେସିଙ୍ଗା ତା ୩. ୫(ମ ନି ସ) କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମ୍ବାଦିକ ସଂଘ କେସିଙ୍ଗା ସାମ୍ବାଦିକ ମହାସଂଘ ର ମାସିକ ବୈଠକ ସଭାପତି ଦୟାନିଧି ସୁନାନାନୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଏନଏସି ଗେଷ୍ଟ ହାଉସ ରେ ଅନୁଷ୍ଠିତ ହୋଇଯାଇଛି! ପ୍ରଥମେ ସଭାପତି ଦୟାନିଧି ସୁନାନୀ କେସିଙ୍ଗା ସାମ୍ବାଦିକ ମହାସଂଘ ଗଠନ ର ମୂଳ ଉଦ୍ୟେଶ ଓ ସଦସ୍ୟ ଙ୍କ ସଂଘପ୍ରତି ଆନୁଗତ୍ୟ ଓ ଆନ୍ତରିକତା ଉପରେ ବୁଝାଇଥିଲେ! ପରେ ସାମ୍ବାଦିକ ମାନଙ୍କ ସୁରକ୍ଷା, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ସମସ୍ୟା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏସି ର ସୁବିଧା ସତ୍ୱେ ରୋଗୀ ମାନଙ୍କୁ ଉପଲବ୍ଧ ନକରେଇବା ଘଟଣା! କେସିଙ୍ଗା ୩ ନମ୍ବର ବିଦେଶୀ ମଦ ଦୋକାନ ବାହାରେ ମଦୁଆ ଙ୍କ ଭିଡ଼ ଯୋଗୁଁ ତହସିଲ କାର୍ଯ୍ୟାଳୟ, କେସିଙ୍ଗା ଜେଏମଏଫସି କୋର୍ଟ କୁ ଆସୁଥିବା ଲୋକଙ୍କୁ ଓ କେସିଙ୍ଗା କଲେଜ ଓ ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟ କୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଦୁଆ ଙ୍କ ଦୁର୍ବ୍ୟବହାର ଘଟଣା ସହିତ କେସିଙ୍ଗା ଅଞ୍ଚଳ ରେ ବେଆଇନ ଭାବେ ବୃଦ୍ଧି ମଦ କରବାର, ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା! ଏହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଠାରେ ଦାବି କରାଯାଇଛି ! ଏବଂ ସାମ୍ବାଦିକ ମହାସଂଘ ତରଫରୁ କେସିଙ୍ଗା ସହରକୁ ଆସୁଥିବା ପଥଚାରୀ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ କେସିଙ୍ଗା ବ୍ଲକ ପାଖାପାଖି ମୃଦୁ ପାନୀୟ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି! ଏହି ମାସିକ ବୈଠକ ରେ କେସିଙ୍ଗା ସାମ୍ବାଦିକ ମହାସଂଘ ର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ, ଉପ ସଭାପତି ଶିବ ପ୍ରସାଦ ସାହୁ, ମହମ୍ମଦ ଆଗଜାନ, ମନୋଜ ସିଂ, ମଧୁ ସିନ୍ଦୁର, କୋଷଧ୍ୟକ୍ଷ ମଧୁ ସୂଦନ ଠାକୁର, ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ,ମିଡ଼ିଆ ସଂଯୋଜକ ସଂଗ୍ରାମ କେଶରୀ ଦେଓ, ସହ ସମ୍ପାଦକ ତେଜରାଜ ସାହୁ, ବିନୋଦ ଜୈନ, ପ୍ରସନ୍ନ ନାଏକ,ଅର୍ଜୁନ ପୋଢ଼, ମାଧବ ସାହୁ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ! ଶେଷରେ ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ!

ଅର୍ଜ୍ଜୁନ ପୋଢ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

masiha

ଶ୍ରୀରାମ ଏକତା ଆଖଡ଼ା ର ସୁନ୍ଦର କାଣ୍ଡ ପାଠ 

masiha

Leave a Comment

error: Content is protected !!