ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦିନୀପୁର କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଟିତ

ଭବାନୀପାଟଣା ତା ୯.୬. ୨୩ ରିଖ: ସ୍ଥାନୀୟ ମେଦିନୀପୁର କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ଲକ୍ଷ୍ମୀପୁର ଉ. ପ୍ରା. ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସି ଆର୍ ସି ସି ଶ୍ରୀଯୁକ୍ତ ତୁଳସୀ ରାମ ସାହୁ ଙ୍କ ତତ୍ତ୍ଵାବଧାନରେ ଏ ବି ଇ ଓ ଶ୍ରୀଯୁକ୍ତ ହୃଷିକେଶ ନାୟକ ସଭାପତିତ୍ବ କରିଥିଲେ।ସରପଞ୍ଚ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଥିବା ସ୍ଥଳେ, ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା ରୂପେ ସଭାରେ ଉପସ୍ଥିତ ଥିଲେ। ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ ର ଏସ୍, ଏମ୍ ସି ଶ୍ରୀ ମନୋଜ କୁମାର ମାଝୀ ସମ୍ନାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ଜନ ଭାଗିଦାରୀ କାର୍ଯ୍ୟକ୍ରମ ର ଅର୍ଥ, ଗୁରୁତ୍ୱ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ ଅତ୍ୟନ୍ତ ପ୍ରାଞଳ ଭାବରେ ବୁଝାଇ ଥିଲେ।ସେ ତାଙ୍କ ଅଭିଭାଷଣରେ, ଶିଶୁ ଙ୍କ ପ୍ରତି ପିତା ମାତା ଅଭିଭାବକ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ଥିଲେ। ଆସନ୍ତା ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି- ୨୦ ଏଜଉକଏସନ୍ ୱଡିଙ୍ଗ ଗୃପ୍ ଶିଖର ସମ୍ମୀଳନୀର ଅବ୍ୟବିହିତ ପୁର୍ବ ରୁ ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସର୍ବୋପରି ଶିଶୁ ର ପୂର୍ଣ୍ଣାଙ୍ଗ ବିକାଶ ନିମିତ୍ତ ଶିକ୍ଷକ ଙ୍କ ସହିତ ପିତା ମାତା ପୁର୍ଣ୍ଣ ସହଯୋଗ କାମନା କରିବା ସଙ୍ଗେସଙ୍ଗେ ଜୀବନ ଦାୟିନୀ ବନସ୍ପତି ବୃକ୍ଷରାଜି ର ମହିମା ବର୍ଣ୍ଣନା କରିଥିଲେ। ତତ୍ ପଶ୍ଚାତ୍ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ବଗର୍ତ୍ତୀ, ଏଫ୍ ,ଏଲ୍ ଏନ୍ କ’ଣ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଏହାକୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ରେ ମାତା ପିତାଙ୍କୁ ସାମିଲ୍ କରାଇବା ଏବଂ ପିଲାଙ୍କ ସ୍ବର୍ଣ୍ଣିମ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇବା ର କାମନା କରି ଥିଲେ। ଏବିଇଓ ଶ୍ରୀଯୁକ୍ତ ହୃଷିକେଶ ନାଏକ ଅଭିଭାଷଣରେ କହିଥିଲେ ଯେ ପିଲାମାନେ ଏଫ୍, ଏଲ୍ ଏନ୍ ହାସଲ କରିବାରେ ସହାୟକ ପାଇଁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କର୍ମଶାଳାରେ ପିତା ମାତା ଅଭିଭାବକ ମାନେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ରେ କିପରି ସହାୟକ ହେବାସହ ପିଲାଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରନ୍ତୁ ବୋଲି ଅଭିଭାଷଣରେ ସଚେତନ କରିଥିଲେ। ସର୍ବଶେଷରେ ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁକ୍ତା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Local Employment Crisis: Bissamcuttack MLA Slams Vedanta

masiha

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

masiha

କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!