ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ୪୦ ହାତୀ ସୁରକ୍ଷିତ ଭାବେ ଅତିକ୍ରମକଲେ ୫୫ ନଂ ଜାତୀୟ ରାଜପଥ , ୨- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି , ୩- କଙ୍କଡାହାଡ଼ ରେ ରାବଣ ପୋଡି ମହୋତ୍ସବ , ୪- ୫୮ ତମ ବାର୍ଷିକ ଜନତା ଦଶହରା କ୍ରୀଡା ପ୍ରତିଯୋଗିତା , ୫- ଫେଥ ଫାଉଣ୍ଡେସନ ପକ୍ଷରୁ ବଜାର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା , ୬- ତପୋବନ ମେଳାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

୪୦ ହାତୀ ସୁରକ୍ଷିତ ଭାବେ ଅତିକ୍ରମକଲେ ୫୫ ନଂ ଜାତୀୟ ରାଜପଥ 

ଢେଙ୍କାନାଳ- ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀଠାରେ ବନ ବିଭାଗର ଏକ ପ୍ରଶଂସନୀୟ ପଦକ୍ଷେପ ଦେଖିବାକୁ ମିଳିଛି। ବନ କର୍ମଚାରୀମାନଙ୍କ ଦକ୍ଷ ଭିଡ଼ ନିୟନ୍ତ୍ରଣ ଓ ସମନ୍ୱୟ ଯୋଗୁଁ ୪୦ଟି ହାତୀଙ୍କ ପଲ ଜାତୀୟ ରାଜପଥ NH-55 ଏବଂ ରେଳପଥକୁ ସୁରକ୍ଷିତ ଭାବେ ଅତିକ୍ରମ କରିପାରିଛନ୍ତି।ହାତୀପଲର ସୁରକ୍ଷିତ ଗମନ ପରେ ଭବିଷ୍ୟତରେ ହାତୀଙ୍କ ସୁଗମ ଯାତାୟାତ ପାଇଁ ରାଜପଥ ପାର୍ଶ୍ୱରେ ଥିବା ବ୍ୟାରିକେଡ୍‌ଗୁଡ଼ିକୁ ବନ ବିଭାଗ ପକ୍ଷରୁ ହଟାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷିତ ଗମନାଗମନ ଓ ମଣିଷ-ହାତୀ ସହାବସ୍ଥାନ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି

୪ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଓ ୧୨ଟି ଅସ୍ଥାୟୀ ଫାୟାର ପୋଷ୍ଟ ସ୍ଥାପନ

ଢେଙ୍କାନାଳ- ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୨୫ ତାରିଖରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ସହରର ୪୧ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବାବେଳେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି।

ପୂଜା ସମୟରେ ଭକ୍ତମାନଙ୍କ ସୁରକ୍ଷା ସହ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ୪ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଓ ୧୨ଟି ଅସ୍ଥାୟୀ ଫାୟାର ପୋଷ୍ଟ ସ୍ଥାପନ କରାଯିବ। ପ୍ରତ୍ୟେକ ପୂଜା ମଣ୍ଡପରେ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଦୁଇଟି ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ କରାଇବାର ବ୍ୟବସ୍ଥା ହୋଇଛି।

ଏଥିସହ ଦିନରାତି ଜରୁରୀକାଳୀନ ସେବା ଯୋଗାଇବା ପାଇଁ କୁଇକ୍ ରେସ୍ପନ୍ସ ୟୁନିଟ୍ ଗାଡ଼ି ନିୟୋଜିତ ହେବ। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମିନି ରେସ୍କ୍ୟୁ ଟେଣ୍ଡର ଗାଡ଼ିର ମଧ୍ୟ ବ୍ୟବସ୍ଥା ରହିଛି।

ଏହି ସମଗ୍ର ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୯୦ ଜଣ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରେ ୯ ଜଣ ଅଧିକାରୀ, ୬ ଜଣ ଆସିଷ୍ଟାଣ୍ଟ ଷ୍ଟେସନ୍ ଅଫିସର ଏବଂ ଜଣେ ଡେପୁଟି ଫାୟାର ଅଫିସର ରହିବେ। ପୂଜା ସମୟରେ ଯେକୌଣସି ଅଗ୍ନିକାଣ୍ଡ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିବ। ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂଜାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

କଙ୍କଡାହାଡ଼ ରେ ରାବଣ ପୋଡି ମହୋତ୍ସବ 

କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ ସଦର ମହକୁମା କଙ୍କଡାହାଡ଼ ଗ୍ରାମରେ ଦ୍ୱିତୀୟ ରାବଣ ପୋଡି ମହୋତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଗାଁର କାଚରା ସମାଜ ତରଫରୁ ଦୀର୍ଘ ୨୬ ବର୍ଷ ହେଲାଣି ଜଗତ ଜନନୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଅଛି ।ଦ୍ୱିତୀୟ ବର୍ଷ କାଚରା ସମାଜର ନିଷ୍ପତ୍ତି ଅନୁଯାୟୀ ରାବଣ ପୋଡି ମହୋତ୍ସବ କରାଯିବା ପାଇଁ ସ୍ଥିର ହୋଇଥିଲା ।ପବିତ୍ର ବିଜୟା ଦଶମୀ ଅବସରରେ ଗ୍ରାମର ଯାତ୍ରା ପଡିଆ ଠାରେ ଅଧର୍ମ ଉପରେ ଧର୍ମର ଅସତ୍ୟ ଉପରେ ସତ୍ୟର ବିଜୟ ରାବଣ ପୋଡି ମହୋତ୍ସବ ହୋଇଯାଇଛି ।ଏହି ଉତ୍ସବରେ ସମାଜର କୋଷାଧ୍ୟକ୍ଷ ନରୋତ୍ତମ ବେହେରା କର୍ତା କାର୍ଯ୍ୟ ତୁଲାଇ ଥିଲେ।ମୁଖ୍ୟ ଅତିଥି ଭାବେ କାଚରା ସମାଜର ସଭାପତି ନନ୍ଦ କିଶୋର ସାହୁ ଯୋଗ ଦେଇ ଅଗ୍ନି ସଂଯୋଗ କରିଥିଲେ ।ସମ୍ମାନିତ ଅତିଥି ଭାବେ କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ବରିଷ୍ଠ ନାଗରିକ ମଞ୍ଚ ବ୍ଲକ ସଭାପତି ଭଗବାନ ସିଂହ, କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ,ଥାନା ଏସାଇ ମୀନକେତନ ପ୍ରଧାନ, କାଚରା ସମାଜ ସମ୍ପାଦକ ପ୍ରଶାନ୍ତ ବେହେରା,କଙ୍କଡାହାଡ଼ ଗ୍ରାମ ସଭାପତି ପ୍ରକାଶ ବିଶ୍ୱାଳ,ଗାଁ ସମ୍ପାଦକ ତ୍ରୋଲୋଚନ ପଣ୍ଡା,ପୂର୍ଵତନ ଗାଁ ସଭାପତି ବିଷ୍ଣୁ ଚରଣ ସିଂହ, ବରିଷ୍ଠ ସାମ୍ବାଦିକ ପାଣ୍ଡବ ଚରଣ ଦାସ,ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ସାହୁ,ହୃଦାନନ୍ଦ ବେହେରା,କଙ୍କଡାହାଡ଼ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ପବିତ୍ର ରଞ୍ଜନ ପଣ୍ଡା,ବିଜେଡ଼ି ବ୍ଲକ ସାଧାରଣ ସମ୍ପାଦକ ନଗେଶ ଚନ୍ଦ୍ର ପଣ୍ଡା,ଶିକ୍ଷାବିତ ବ୍ରହ୍ମାନନ୍ଦ ସାହୁ,ସମାଜସେବୀ କବିବର ସିଂହ, ପବନା ନାଥ,ରଞ୍ଜନ ବେହେରା,ମକୁନ୍ଦ ଚନ୍ଦ୍ର ବେହେରା,ପୂର୍ଵତନ ଜିଲ୍ଲା ପରିଷଦ ସଦସ୍ୟ ନଟଵର ସାହୁ,ମା ଖଣ୍ଡୁରୀ କଲଚରାଲ କ୍ଲବ ସଭାପତି ଅରବିନ୍ଦ ପାଳ,ଶିକ୍ଷକ ନେତା ମାନସ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ପୂର୍ବରୁ କଙ୍କଡାହାଡ଼ ଅଞ୍ଚଳର ଲୋକମାନେ କାମାକ୍ଷାନଗର, ଭୁବନ ଯାଇ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଯାଉଥିଲେ ।ଦ୍ୱିତୀୟ ଥର ପାଇଁ କଙ୍କଡାହାଡ଼ ଠାରେ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଆଖପାଖ ଅଞ୍ଚଳର ଜନ ସମାଗମ ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମରେ ସମାଜର ବାଇନ ସାହୁ,ଗଙ୍ଗା ସାହୁ, ଶ୍ୟାମ ସାହୁ,ଗିରିଶ ରଣା,ପ୍ରାଣବନ୍ଧୁ ସାହୁ,ଚନ୍ଦନ ସାହୁ,ସୁଶାନ୍ତ ବେହେରା,ଜିତୁ ବେହେରା,ସରୋଜ ବେହେରା, ଦେବ ରଞ୍ଜନ ସାହୁ, ଚିତ ରଞ୍ଜନ ବେହେରା,କିରଣ ବେହେରା,ରୋଷନ ବେହେରା,ସୁଭମ ବେହେରା,କୁମାର ରାଜ ଅଶ୍ୱନ ବେହେରା,କାହ୍ନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

୫୮ ତମ ବାର୍ଷିକ ଜନତା ଦଶହରା କ୍ରୀଡା ପ୍ରତିଯୋଗିତା 

କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରିବୋଲେଇ ଗ୍ରାମ ଜନତା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଜନତା ଦଶହରା ପୂଜା କମିଟି ତରଫରୁ ଗତକାଲି ୫୮ ତମ ବାର୍ଷିକ ଶାରଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁ ଯୋଗ ଦେଇ କହିଥିଲେ ଖେଳ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ଏହା ଦ୍ୱାରା ମଣିଷ ସୁସ୍ଥ ରହି ପାରିବ,ସ୍ୱାସ୍ଥ୍ୟ ହିଁ ସମ୍ପଦ ।ନିୟମିତ ଖେଳକୁଦ ସହିତ ଯୋଗ ସୁସ୍ଥ ମାନବ ଜୀବନ ପାଇଁ ଆବଶ୍ୟକତା ରହିଛି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମ୍ମାନୀତ ଅତିଥିମାନେ କହିଛନ୍ତି ଏହି ଅଞ୍ଚଳର ସର୍ବ ପୁରାତନ ଶାରଦୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଅଞ୍ଚଳର ଆଖପାଖ ଗ୍ରାମର ପ୍ରତିଭା ମାନେ ଆସି ନିଜର ପ୍ରତିଭା ଦେଖେଇବାର ସୋଯୋଗ ପାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।ଗ୍ରାମ ସଭାପତି ଚିତ୍ରସେନ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମ୍ମାନିତ ଅତିଥି ଭାବେ ବିରିବୋଲେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁମିତ୍ରା ପ୍ରଧାନ,କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ,ସମାଜସେବୀ ଦିଲ୍ଲୀପ ନାଥ, ବିରିବୋଲେଇ ଗ୍ରାମ ସମ୍ପାଦକ ଉଦୟନାଥ ସାହୁ,କୋଷାଧ୍ୟକ୍ଷ ପ୍ରଦୀପ ସାହୁ,ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡିଲେଶ୍ବର ପ୍ରଧାନ,ଅଵସର ପ୍ରାପ୍ତ ଶିକ୍ଷକ ରସାନନ୍ଦ ପାଣି,ଦୟାନିଧି ପ୍ରଧାନ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତା ଯଥା ବଡ଼ ପିଲା ଲମ୍ବ ଦୌଡ଼,ଛୁଟ ପିଲା ଲମ୍ବ ଦୌଡ଼, ଝିଅ ମାନଙ୍କ ଦୌଡି ଡିଆଁ, ପୁଚି ଖେଳ,ଝିଅ ମାନଙ୍କ ଲମ୍ବ ଦୌଡ଼,ଆସନ ପରିବର୍ତ୍ତନ, ସାଧାରଣ ଜ୍ଞାନ ପରୀକ୍ଷା, ସାଇକେଲ ସ୍ଲୋ ରେଶ,ବାଇକ ସ୍ଲୋ ରେଶ, ପୂଜା କମିଟି ସଦସ୍ୟଙ୍କ ଲମ୍ବ ଦୌଡ଼ ଆଦି ପ୍ରତିଯୋଗିତା ହୋଇଥିଲା ।ବିଭିନ୍ନ ବିଭାଗରେ ଭାଗ ନେଇଥିବା ପ୍ରଥମ, ଦ୍ୱିତୀୟ କୃତି ପ୍ରତିଯୋଗି ମାନଙ୍କୁ ଅତିଥିମାନେ ପୁରସ୍କାର ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଖେଳ ପରିଚାଳନା କରିଥିଲେ ଦୀପକ ସାହୁ,ସିପୁନ ସାହୁ,ରୋହିତ ସେନାପତି,ରଞ୍ଜନ ପ୍ରଧାନ,ଅରୁଣ କୁମାର ସାହୁ ।ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି, ଆଲୋକ ତ୍ୱରଣ,ଆଲୋକମାଳାରେ ସାଜସ୍ଵଜା ରେ ମଣ୍ଡପ ଶୋଭା ପାଉଥିଲା ।ରାତିରେ ରାବଣ ପୋଡି କାର୍ଯ୍ୟକ୍ରମ ହେଇଥିଲା ।ଧାରାବିବରଣୀ ପ୍ରଦାନ କରିଥିଲେ ପୂର୍ବତନ ସରପଞ୍ଚ ମାୟାଧର ସାହୁ ।ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରା ପରିବେଷଣ ହୋଇଥିଲା ।ସହଯୋଗ କରିଥିଲେ ଦୁର୍ଗାପୂଜା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ।

ଫେଥ ଫାଉଣ୍ଡେସନ ପକ୍ଷରୁ ବଜାର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା 

କାମାକ୍ଷାନଗର- କାମାକ୍ଷାନଗର ଫେଥ ଫାଉଣ୍ଡେସନ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ଉତ୍ସବରେ ବଜାର କାର୍ଯ୍ୟକର୍ତ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ କଳା ମହାପଟ ଠାକୁରାଣୀ ପୀଠ ସମ୍ମୁଝରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଫେଥ ଫାଉଣ୍ଡେସନ ର ସଭାପତି ଏସ କେ ଆରୋଜ ଅଧ୍ୟକ୍ଷତା କରି ଫାଉଣ୍ଡେସନ ର ମୂଳ ଉଦେଶ୍ୟ ଉପରେ ଆଲୋକପାତ କରି ଏହି ସଂଗଠନ ମାଧ୍ୟମରେ ମୁଖ୍ୟତଃ ଶିକ୍ଷାର , ସ୍ୱାସ୍ଥ୍ୟ ର ଉର୍ନ୍ନତୀ, ନିଶାମୁକ୍ତି ଅଭିଯାନ ସହିତ ସମାଜ ର ସର୍ବାଙ୍ଗୀନ ଉର୍ନ୍ନତୀ ଦିଗରେ ନେବାକୁ ଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ l ଏଇ ଅବସରରେ ସହରର ୧୯ ଗୋଟି ବଜାରର କର୍ମକର୍ତ୍ତାଙ୍କୁ ଉତ୍ତରୀୟ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଦଶହରା ପର୍ବ ର ନବମୀ ଦିବସରେ ଅନୁଷ୍ଠାନ ପକ୍ଷରୁ ମହାପାତଙ୍କ ସମ୍ମୁଖରେ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ଅନୁଷ୍ଠାନର ସଦସ୍ୟ ଚନ୍ଦନ କୁମାର ସାହୁ, ସୂର୍ଯ୍ୟକାନ୍ତ ମଲ୍ଲିକ, ବିଭୁତି ଭୂଷଣ ସାହୁ, ତୁଷାର ପାଣିଗ୍ରାହୀ, ରାଘବ ମହାନ୍ତି ମିର୍ଜା ବାବୁଲି, ରାମକାନ୍ତ ମଲ୍ଲିକ, ପଞ୍ଚାନନ ସାହୁ, ନୀଳମଣି ଖଟୁଆ, ସରୋଜ କୁମାର ସାହୁ, ରମେଶ ନନ୍ଦ, ମୁରଲୀଧର ବିଶ୍ୱାଳ, ବିନୋଦ କୁମାର ଦାସ, ବିଘ୍ନେଶ୍ୱର ମହାଖୁଡ଼, କାଳିଆ ଓଝା, ହେମନ୍ତ ସାହୁ, ଜଗୁ ସାମଲ, ଏସ କେ ଆୟନ ପ୍ରମୁଖ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l

ତପୋବନ ମେଳାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ କପିଳାସ ମହିମା ତପୋବନ ପୀଠ ସ୍ଥଳୀରେ ବାର୍ଷିକ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ଏହି ମେଳା ଅନୁଷ୍ଠିତ ହେବ। ମେଳା ଆୟୋଜନ ନିମନ୍ତେ ରାସ୍ତାଘାଟର ଆବଶ୍ୟକ ମରାମତି, ପାନୀୟ ଜଳ ଯୋଗାଣ, ଆଶୁ ଚ଼ିକିତ୍ସା ବ୍ୟବସ୍ଥା , ମେଳା ପରିସର ପରିଷ୍କାର ପରିଚ୍ଛନ୍ନତା ଓ ବିଶୋଧନ ବ୍ୟବସ୍ଥା, ଡ଼ି.ଜି. ମାଧ୍ୟମରେ ଆଲୋକିକରଣ, ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ, ଭକ୍ତମାନଙ୍କ ଯାତାୟତ ପାଇଁ ଗାଡ଼ି ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଦାୟୀତ୍ୱର ସହ କାର୍ଯ୍ୟ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୦ ହଜାର ଭକ୍ତ ଏହି ମେଳାରେ ସମାଗମ ହେବାକୁ ଥିବାରୁ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ମାନେ ପ୍ରକାଶ କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହେବା ସହ ଗାଡ଼ି ପାର୍କିଂ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ପ୍ରାରମ୍ଭରେ ସଦର ଉପ-ଜିଲ୍ଲାପାଳ ପଦ୍ମ ଚରଣ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ମେଳାର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ଲଳିତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, କୌପୂନୀଧାରୀ ମହିମା ସମାଜର ସଭାପତି ବାବା ରଘୁନାଥ ଦାସ, ତପୋବନ ମହିମା ପୀଠର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ମହିମା ଜ୍ୟୋତି ଯାତ୍ରାର ସଂଯୋଜକ ପ୍ରଦ୍ୟୁମ୍ନ ରଥ, ତପୋବନ ମହିମା ପୀଠ ପରିଚାଳନା ଟ୍ରଷ୍ଟର ସମସ୍ତ ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ମେଳାର ସୁପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ବ୍ଳକର ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ

masiha

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ 

masiha

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

masiha

Leave a Comment

error: Content is protected !!