ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ତାଲିମ ଶିବିର  

ରୁପ୍ରା, ୨୭/୬ (ମନିସ) :ନର୍ଲାବ୍ଲକ ଘୋଡ଼ାବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ତାଲିମ ଶିବିର ଆଜି ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ନାରାୟଣ ପଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ରେଡକ୍ରସ କୋଡିନେଟର ତଥା ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ସୁଦାମ ଚରଣ ମିଶ୍ରଙ୍କ ମାର୍ଗଦର୍ଶନ ଦ୍ଵାରା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିଲା। ଏହି ଅବସରରେ ଶିକ୍ଷକ ଅତୁଲ୍ୟ କୁମାର ପ୍ରଧାନ, ଜିତେନ୍ଦ୍ର ନାହାକ, ସୁନିଲ କୁମାର ସାହୁ, ବୈଷ୍ଣବ ସାହୁ, ସଂଗ୍ରାମ ବେହେରା, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଜୁନିଅର ରେଡକ୍ରସ୍ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାର ସହ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

ମାଆ ଏକ ମନ୍ଦିରର ଅଡିସନ

Sunil Chandra Nayak

Leave a Comment

error: Content is protected !!