ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ୩୩୪୧ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଗୃହ : କିନ୍ତୁ ରାଜ୍ୟ ସରକାର ଦେଉଥିବା ଅର୍ଥ ପାଇବା ସନ୍ଦେହ 

ତେନ୍ତୁଳିଖୁଣ୍ଟି:- ୨୭/୦୬/୨୩ // ନବରଙ୍ଗପୁର ଜିଲ୍ଲା ରେ ହିତାଧିକାରୀ 2019 ମସିହାରୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇନାହାନ୍ତି , ବର୍ତ୍ତମାନ କାର୍ଯ୍ୟଦେଶ ଇସ୍ୟୁ କରା ଯାଇଛି। କିନ୍ତୁ କାର୍ଯ୍ୟଦେଶ ର କିଛି ବାକ୍ୟ ହିତାଧିକାରୀ ଙ୍କୁ ଦ୍ବନ୍ଦ୍ୱ ରେ ପକାଉଛି। ମୂଳତଃ କାର୍ଯ୍ୟାଦେଶ 2021-22 ଆର୍ଥିକ ବର୍ଷ ର ବୋଲି ଜଣାପଡୁଛି। ଦ୍ଵିତୀୟ ରେ ଉଲ୍ଲେଖ ରହିଛି କାର୍ଯ୍ୟାଦେଶ ମିଳିବା ର ଚାରି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲେ ପ୍ରୋତ୍ସାହନ ରାଶି 20 ହଜାର ,ଛ ଅ ମାସ ମଧ୍ୟରେ ଶେଷ କଲେ 10 ହଜାର ମିଳିବା ଉଲ୍ଲେଖ ଅଛି । କିନ୍ତୁ ଯେଉଁ ପତ୍ର ସଂଖ୍ୟା ଓ ତାରିଖ ଉଲ୍ଳେଖ ରହିଛି ତାହା କୁ ବିଚାର କଲେ କେହି ବି ପ୍ରୋତ୍ସାହନ ରାଶି ପାଇବେ ନାହିଁ । ଏପ୍ରିଲ ମେ ଓ ଜୁନ ମାସ ଉଲ୍ଲେଖ ରହିଛି। ଏପ୍ରିଲ ମାସ ରେ ଯାହାର କାର୍ଯ୍ୟାଦେଶ ଇସ୍ୟୁ ହୋଇଛି ସହଜରେ ତିନି ମାସ ବିତିଗଲାଣି ସେ କିପରି ପ୍ରୋତ୍ସାହନ ରାଶି ପାଇବ? ତୃତୀୟ ବିଷୟ ମହତ୍ୱପୂର୍ଣ୍ଣ । କାର୍ଯ୍ୟାଦେଶ ରେ ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କ ଦସ୍ତଖତ ରହିଛି। ବିଡ଼ିଓ 26 ମେ ରେ ତେନ୍ତୁଳିଖୁଣ୍ଟି ଯୋଗ ଦେଇଥିବାବେଳେ ଏପ୍ରିଲ 18 ଏପ୍ରିଲ 17 ମେ ରେ ଇସ୍ୟୁ କାର୍ଯ୍ୟାଦେଶ ରେ ବିଡ଼ିଓ ପାଣିଗ୍ରାହୀ ଙ୍କ ଦସ୍ତଖତ ରହିଛି କିପରି?

ପ୍ରକାଶ ଥାଉକି ବିଜ୍ଞପ୍ତି ରେ ଚିଠି ନଂ1197 19. ଜାନୁଆରୀ 2023 ରେ ତେନ୍ତୁଳିଖୁଣ୍ଟି ବ୍ଲକ ବିଡ଼ିଓ ଦୁର୍ଯ୍ୟଧନ ଭୋଇଙ୍କୁ ବରଗଡ଼ ଜିଲ୍ଲା ପାଇକ ମାଳ କୁ ତେନ୍ତୁଳିଖୁଣ୍ଟି ବ୍ଲକ ର ନୂତନ ବିଡ଼ିଓ ଭାବେ ଲାଞ୍ଜିଗଡ଼ ର ଅତିରିକ୍ତ ତହସିଲଦାର ବଦଳି ହୋଇଥିବା ନେଇ ସରକାରୀ ପତ୍ର ରେ ଉଲ୍ଲେଖ ଥିଲା। କିନ୍ତୁ 4ମାସ 6ଦିନ ପରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଭାବେ ବେଳେ ମନୋଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସରକାର ଖଟିଖିଆ ଙ୍କ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ରେ 17ଏପ୍ରିଲ ମେ ଉଲ୍ଲେଖ ଥାଇ ବିଡ଼ିଓ ଦସ୍ତଖତ କିପରି? 

ତେନ୍ତୁଳିଖୁଣ୍ଟି ବ୍ଲକ ର ଡି ପି ସି ଉମା ମହେଶ୍ୱରୀଙ୍କୁ ପଚାରିବାରୁ କହିଲେ ବ୍ଲକ ର 3333 ଜଣ ଙ୍କୁ ପ୍ରଥମ କିସ୍ତି ଅର୍ଥ 40 ହଜାର ଛଡ଼ାଯିବ ,ଆଜିସୁଧା କେବଳ 235 ଙ୍କ ଅର୍ଥ ଛାଡିବା ରହିଛି। ପର୍ଯ୍ୟାୟକ୍ରମେ ପଞ୍ଚାୟତ ୱାରି 3297 ଜଣ ଙ୍କ ଛଡା ଗଲାଣି।  

 ଚତୁର୍ଥ ପ୍ରଶ୍ନ ହେଲା ବର୍ଷା ଦିନରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବାବଦ ଅର୍ଥ ଆସିଛି ବର୍ଷା ଦିନ ରେ ଘର ସାରିବେ କିପରି? ବର୍ତ୍ତମାନ ମୌସୁମୀ ବର୍ଷା ଆସିଗଲାଣି ପ୍ରାୟତଃ ହିତାଧିକାରୀ ଚାଷୀ କିମ୍ବା କୃଷି ଶ୍ରମିକ,ସେମାନେ ଘରନିର୍ମାଣ କରିବେ ନା ନିଜ ବେଉସା /ଜୀବିକା ଦେଖିବେ? ଏହି ସମୟରେ ଉକ୍ତ ଅର୍ଥ ଚାଷ କାମରେ ଲଗାଇ ଦେଲେ ଧାନ କାଟିବା ପରେ ହିଁ ଘର କରି ପାରିବେ। କାର୍ଯ୍ୟାଦେଶ ବଣ୍ଟନ ସମୟ କୁ ନେଇ ସାଧାରଣ ରେ ଆଲୋଚନା ହେଉଛି।2021 -22ଆର୍ଥିକ ବର୍ଷ ର ଅର୍ଥ2023 -24 ଆର୍ଥିକ ବର୍ଷରେ ଛାଡୁ ଥିବା ବେଳେ ଜୁନ ମାସରେ ଅର୍ଥ ରିଲିଜ ନ କରି ଧାନ କଟା ପରେ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଏକ ବର୍ଷା ଦୁଇ ଜୀବିକା ,ତିନି ବର୍ଷା ଯୋଗୁଁ ଶ୍ରମିକ ସମସ୍ୟା ରେ ଘର ନିର୍ମାଣ ସମସ୍ୟା ଦେଖାଦେବ। ଏଣୁ ପ୍ରାୟତଃ ହିତାଧିକାରୀ ରାଜ୍ୟ ସରକାର ଙ୍କ ପ୍ରୋତ୍ସାହନ ରାଶି ପାଇବେନାହିଁ। ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ ତ?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଲୁଘୁଟୁ ପଞ୍ଚାୟତ ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!