ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର.

 ମୟୂରଭଞ୍ଜ :- ତା – 08.12.2024, ( ମସିହା)ସମଗ୍ର ଶିକ୍ଷା ମୟୁରଭଞ୍ଜ ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଇରଙ୍ଗପୁର ଅନ୍ତର ନିବେଶୀ କାର୍ଯ୍ୟଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାରୀଙ୍କ ଉପକରଣ ପାଇଁ ଏକ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି . ଏହି ଶିବିରରେ ରାଇରଙ୍ଗପୁର, ବହଳଦା, ତିରିଂ, ଯାମଦା, ବିଶୋଇ ଓ ବିଜାତଳା ବ୍ଲକ ରେ ପାଠ ପଢ଼ୁଥିବା 150 ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଯୋଗ ଦେଇଥିଲେ. ଭୁବନେଶ୍ୱର ସ୍ଥିତ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ALIMCO ରୁ ଡ଼. ଦୀପକ କୁମାର ଜେନା ବାକ ଓ ଶ୍ରବଣ ବିଶେଷଜ୍ଞ, ଡ. ପ୍ରଦୀପ୍ତା ପାତ୍ର କୃତିମ ଅଙ୍ଗ ବିଶେଷଜ୍ଞ ଓ ଗୋପାଳ ତିୱାରୀ ଡାଟା ଆସିଷ୍ଟାଣ୍ଡ ଉପସ୍ଥିତ ରହି କେଉଁ ପିଲା କେଉଁ ଉପକରଣ ପାଇବ ପରୀକ୍ଷା କରି ସ୍ଥିର କରିଥିଲେ . ଏହି ଶିବିରକୁ ମୁକ୍ଷ୍ୟ ଅତିଥି ଭାବେ ସମଗ୍ର ଶିକ୍ଷା, ମୟୁରଭଞ୍ଜର ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନୟକ ଓ ସଂମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠି ଅଧିକାରୀ ଶ୍ରୀ ହେମ ମାଝୀ ଯୋଗ ଦେଇଥିଲେ. ଆକାଳନ ଶିବିରର ଉଦେଶ୍ୟ ଓ ଉପକରଣ ଗୁଡିକର ବେବହାର ଓ ଯତ୍ନ ବିଷୟରେ ଅତିଥି ଦ୍ୱୟ ବୁଝାଇ ଥିଲେ. ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବିଶୋଇ ର ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ କିଶୋର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ. ରାଇରଙ୍ଗପୁରର ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ମହେଶ ମହାପାତ୍ର ଓ ଶ୍ରୀମତୀ ସାଗରୀକା ପଣ୍ଡାଙ୍କ ତତ୍ୱାବଧାନ ରେ ଶିବିର ପରିଚାଳନା ହୋଇଥିଲା. ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମ୍ବଳ ଶିକ୍ଷକ ଶ୍ରୀ କିଶୋର କୁମାର ସାହୁ, ବହଳଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ବଳ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଷେଣ୍ଢ, ଯାମଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବଳ ଶିକ୍ଷକ ଶ୍ରୀ ସତ୍ୟବାନ ଗିରି ଓ ବିଜାତଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଶ୍ରୀ ପ୍ରଶାନ୍ତ କୁମାର ଦାସ ଓ ଉକ୍ତ ବ୍ଲକ ଗୁଡିକରେ କାର୍ଯ୍ୟ କରୁଥିବା ଅନ୍ତର୍ନିବେଶୀ ଶିକ୍ଷା ସ୍ୱଛା ସେବି ଶ୍ରୀ ଇନ୍ଦ୍ରଜୀତ ପାତ୍ର, ଗୁବିନ ସୋରେନ, ଶଙ୍କର୍ଷଣ ଗିରି, ଅକତାର ହୋସେନ, ସୁନାରାମ ସୋରେନ, ପୁଷ୍ପାଞ୍ଜଳି ନନ୍ଦ, ଅମିତାଭ କୁମାର ନୟକ, ଧନେଶ୍ୱର ମୁର୍ମୁ, ପ୍ରମୁଖଙ୍କ ମିଳିତ ସହଯୋଗରେ ଆକାଳନ ଶିବିରଟି ସଫଳ ହୋଇଅଛି. ଉକ୍ତ ଆକଳନ ଶିବିରରେ 70 ଜଣ ବିଭିନ୍ନ ଉପକରଣ ପାଇବାକୁ ଯୋଗ୍ୟ ବିବେଚିତ୍ତ ହୋଇଛନ୍ତି.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!