ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ  “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ 

“ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

ରାୟଗଡ଼ା- ତା. ୮/୧୨-ଚାଷୀଙ୍କୁ ଧାନ ବିକ୍ରି ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଚାଷୀ ଯୋଗଦାନ କରି ବରଗଡ଼ ଜିଲା ସୋହେଲା ଠାରେ ମୁଖ୍ୟମନ୍ତ୍ରୀଙ୍କ ଲାଇଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ । ୨୩୦୦ ଟଙ୍କା ଧାନର ସହାୟକ ମୂଲ୍ୟ ହୋଇଥିବା ବେଳେ ୮୦୦ ଟଙ୍କା ଇନପୁଟ ସବସିଡ଼ ରହିଛି । ଉକ୍ତ ଇନପୁଟ ସବସିଡ଼ ଚାଷୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଅନେକ କୃଷକ ନେତା ଆଜି କାର୍ଯ୍ୟକ୍ରମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ୍‌, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କସ୍ତୁରି ସନ୍ୟାସି ରାଜୁ ଓ ଡିଆରସିଏସ ସୀତାପତି କରୁଣାକର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୧୧ବ୍ଳକରୁ ହଜାର ସଂଖ୍ୟରେ ଚାଷୀ ସାମିଲ ହୋଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

ବିଶିଷ୍ଟ ସମାଜସେବୀ ପ୍ରସନ୍ନଙ୍କୁ ସମ୍ବଦ୍ଧନା 

masiha

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!