ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

ନୂଆପଡା, // ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ ବଣୁଆ ଭାଲୁ ଆତଙ୍କ ଖେଳି ଯାଇଛି। ଦୁଇ ଦିନ ତଳେ ବୁରୁନ ପଦର ଗ୍ରାମର ୭୦ ବର୍ଷର ବାପା ଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୫ ବର୍ଷ ର ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କୋମନା ବନ୍ ବିଭାଗ ପକ୍ଷରୁ ଏହି ଭାଲୁ ଆକ୍ରମଣ ଘଟଣା ର ତଦନ୍ତ କରିବାକୁ ପାଞ୍ଚ ରୁ ଉର୍ଦ୍ଧ କର୍ମଚାରୀ ଯାଇଥିଲେ। ବିଜାଖମନ ଜଙ୍ଗଲ ନିକଟସ୍ଥ ଏକ ପୋଖରୀ ତଳେ ଭାଲୁ ରହିଥିଲା। ବନ୍ କର୍ମଚାରୀ ଙ୍କୁ ଆକ୍ରମଣ କରିଅଛି। ଏହି ଆକ୍ରମଣ ଫରେଷ୍ଟର ଗୋପାଳ ମହାନନ୍ଦ ଗୁରୁତର ଆହତ ହୋଇଛନ୍ତି। ସେହିପରି ବନ କର୍ମଚାରୀ ସାଗର ଠେଲା, ତାଣ୍ଡି ଫରେଷ୍ଟ ଗାର୍ଡ ଏବଂ ବିରୁନ ପଦର ଗ୍ରାମର ବନ ରକ୍ଷୀ ସନ୍ତୋଷ ଡୁଣ୍ଡି ଙ୍କୁ ଭାଲୁ ଆକ୍ରମଣ କରିଅଛି। ସମସ୍ତ ଙ୍କୁ ଉଦ୍ଧାର କରି କୋମନା ପ୍ରଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ଭାଲୁ ଆକ୍ରମଣ ରେ ଫରେଷ୍ଟର ଗୋପାଳ ମହାନନ୍ଦ ବିଶେଷ ରୂପେ ଆହତ ହୋଇଥିବା ଜଣାପଡିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବତନ ବ୍ଳକ ଅଧ୍ୟକ୍ଷ ଙ୍କ ପରଲୋକ

Sunil Chandra Nayak

Pana Distribution Event Celebrates Odia New Year and Hanuman Jayanti  

masiha

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!