ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

ରାୟଗଡ଼ା, ୨୫/୯: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ଶତପ୍ରତିଶତ ସହଯୋଗୀ କମ୍ପାନୀ, ଚକୋଲାକା ସହଭାଗିତାରେ ରୋଷ୍ଟେଡ୍ ମିଲେଟ୍ ୟୁନିଟ୍ ସ୍ଥାନୀୟ ବିଲାମାଳ ଠାରେ ଉଦଘାଟିତ ହୋଇଯାଇଛି। ଅଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭଶୀଳ କରି ଜୀବିକା ପ୍ରଦାନ ଦିଗରେ କମ୍ପାନୀ ପକ୍ଷରୁ ଏହି ପ୍ରୟାସ କରାଯାଇଛି । ୟୁଏଆଇଏଲ ସିଏସଆର୍ ଅଧୀନ ଗ୍ରାମ ଗୁଡ଼ିକରେ ମହିଳାଙ୍କୁ ଜୀବିକା ପ୍ରଦାନ ଉଦ୍ଦେଶ୍ୟରେ ଏହା ପ୍ରାରମ୍ଭ ହୋଇଛି । ଉକ୍ତ ୟୁନିଟ୍ ଦ୍ଵାରା ମାଣ୍ଡିଆକୁ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ଦୈନନ୍ଦିନ ବ୍ୟବହୃତ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ତିଆରି କରି ଏହାକୁ ଆକର୍ଷଣୟ ପ୍ୟାକେଜ ଜରିଆରେ ରାଜ୍ୟ ସମେତ ଜାତୀୟ ତଥା ବିଦେଶ ବଜାରରେ ଏହାର ବିକ୍ରୟ କରାଯିବା ନେଇ ଯୋଜନା ରହିଛି। ଆଗାମୀ ଦିନରେ ଉତ୍ପାଦନ ପ୍ରକ୍ରିୟା ଉତ୍ସାହଜନକ ହେଲେ ଏହା କାଶୀପୁର ବ୍ଲକର ଅନ୍ୟ ସ୍ଥାନରେ ପ୍ରତିଷ୍ଠା କରାଯିବା ସହ ଅଧିକ ମହିଳାଙ୍କୁ ଏହି ପ୍ରକଳ୍ପ ଜରିଆରେ ସାମିଲ କରାଯିବା ନେଇ ଯୋଜନା ହୋଇଛି। ଉକ୍ତ ରୋଷ୍ଟେଡ୍ ମିଲେଟ ୟୁନିଟ୍ ଦ୍ଵାରା ସ୍ଥାନୀୟ ଗ୍ରାମର ମହିଳାଙ୍କୁ ଚକୋଲାକା ଦ୍ଵାରା ସ୍ବାବଲମ୍ବୀ କରିଥିବାରୁ ଉତ୍କଳ ଆଲୁମିନାର ଏହି ପ୍ରୟାସକୁ ଭୂୟୁଷି ପ୍ରଶଂସା କରିଛନ୍ତି କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ସଏ । ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଉତ୍କଳ ଆଲୁମିନାର ଏହା ଉତ୍ତମ ପ୍ରୟାସ। ଯଦ୍ୱାରା ମହିଳାମାନେ ସିଧାସଳଖ ରୋଜଗାର ପାଇବା ସହିତ ଆର୍ଥିକ ଉପାର୍ଜନ କରି ପରିବାର ଚଳାଇବାରେ ସାହାଯ୍ୟ କରିବେ । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବା ସହିତ ଅଧିକ ମହିଳାଙ୍କୁ ଏହି ପ୍ରକଳ୍ପ ଦ୍ବାରା ସାମିଲ ନିମନ୍ତେ ଶ୍ରୀ ସଏ ପ୍ରକାଶ କରିଛନ୍ତି। ସେହିପରି ହିଣ୍ଡାଲକୋ ସିଏସଆର୍ କ୍ଲଷ୍ଟର ମୁଖ୍ୟ ଶ୍ରୀ ଶିବ ଶଙ୍କର ମହାପାତ୍ର କହିଛନ୍ତି ଯେ, କୌଣସି ମହିଳା ଆର୍ଥିକ ରୂପେ ପାରିବାରର ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭର ନହୋଇ କୌଶଳ ପ୍ରଶିକ୍ଷଣ ଜରିଆରେ ଆତ୍ମନିର୍ଭରଶୀଳ ହୋଇ ଆର୍ଥିକ ଭାବେ ସ୍ୱାବଲମ୍ବନ ହେବା ଉଚିତ୍ । ଏହି କ୍ରମରେ ରୋଷ୍ଟେଡ୍ ମିଲେଟ୍ ୟୁନିଟ ମହିଳାଙ୍କୁ ଆର୍ଥିକ ରୂପେ ସ୍ବାବଲମ୍ବୀ କରିବା ପାଇଁ ଏହା ପ୍ରୟାସ । ଏହା ଆରମ୍ଭ ମାତ୍ର, ଯଦି ଆଗାମୀ ଦିନରେ ସବୁ ସାମାନ୍ୟ ରହେ । ଏହାକୁ କାଶୀପୁର ବ୍ଲକର ଅନ୍ୟ ଗ୍ରାମରେ ମଧ୍ୟ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ୟୁଏଆଇଏଲ ସିଏସଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିଏସଆର ବିଭାଗ ତରଫରୁ ଅବିରତ ଭାବେ ସ୍ଥାନୀୟ ପ୍ରଭାବିତ ଓ ପାର୍ଶ୍ଵସ୍ତ ଗ୍ରାମରେ ଅନେକ ଜୀବିକା ତଥା ଭିତ୍ତିଭୂମି ବିକାଶ ପାଇଁ ସକ୍ରିୟ ଭୂମିକା ନିର୍ବାହ କରିଛି । ଏହି ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସିଏସଆର୍ ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ହାଡ଼ିଗୁଡା ସରପଞ୍ଚ ଯଦୁମଣି ମାଝୀ, ମାନବ ସମ୍ବଳ ମୁଖ୍ୟ ଶ୍ରୀ ନାରାୟଣ ମିତ୍ରା, ପ୍ଲାଣ୍ଟ ସିଏସଆର ମୁଖ୍ୟ ଦିଗନ୍ତ ମହାନ୍ତି, ପରିବେଶ ବିଭାଗ ମୁଖ୍ୟ ଶ୍ରୀ ସୁରେନ୍ଦ୍ର ସେରନଙ୍କ ସମେତ ଚକୋଲାକା ଅନୁଷ୍ଠାନ ତରଫରୁ ରିତା ବଳିଆରସିଂ ଓ ଶାନ୍ତା ବଳିଆରସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏସ୍ଏଚ ଏଲଡିସି ଚନ୍ଦନ ଚୌଧୁରୀ ଏବଂ ସିଏସଆର ଟିମର ସଦସ୍ୟ କର୍ତିକେଶ୍ୱର ସାହୁ, ରୁପେନ ପଟ୍ଟନାୟକ, ମନୋଜ ଦାସ, ସୋମ୍ୟଜିତ ସ୍ୱାଇଁ, ସୁବାଷ ଚନ୍ଦ୍ର ନାଏକ, ସତ୍ୟଭାମା ନାୟକ, ଆଶିଷ କୁମାର ସାହୁ, ଗଜେନ୍ଦ୍ର ନାଏକ, ବିନୋଦ ପୂଜାରୀ, ମୌସୁମୀ ଦାସ, ସୁସ୍ମିତା କୋଶଲା, ମୋହିନୀ ନାଏକ, ନିରୁପମା ବାରିକ, କାମଦେବ, ହେମଲତା ସୋଉନ୍ତା ଓ ଗୌରୀ ପ୍ରମୁଖ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ ‘ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

Sunil Chandra Nayak

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ନବରଙ୍ଗପୁର ଠାରେ ସୁଭଦ୍ରା ପଦ ଯାତ୍ରା ଅବସରରେ “ଘରେ ଘରେ ସୁଭଦ୍ରା” ର କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!