ଅଦ୍ୟ ତା ୧୦/୦୭ ରିଖ ସୋମବାର ଦିନ ଜିଲ୍ଲା ମତ୍ସ୍ୟ ବିଭାଗ ଢେଙ୍କାନାଳ ତରଫରୁ ୨୩ ତମ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଢେ଼ଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ବିମଳେନ୍ଦୁ ମହାନ୍ତି ଓ ସମ୍ମାନିତ ଅତିଥିରୂପେ ବରିଷ୍ଠ କୃଷି ନିର୍ବାହୀ ଯନ୍ତ୍ରୀ ରଘୁନାଥ ବେହେରା ଯୋଗ ଦେଇଥିଲେ l ଜିଲ୍ଲା ମତ୍ସ୍ୟଅଧିକାରୀ ସଂଗ୍ରାମ କେଶରୀ କର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲାର ଆଠ ଟି ବ୍ଲକ୍ ରୁ ପଚାଶ ରୁ ଉର୍ଦ୍ଧ୍ବ ମାଛ ଚାଷୀ , ମତ୍ସ ଜିବି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ l ଏହି ଅବସର ରେ ସଫଳ ମତ୍ସ୍ୟ ଚାଷୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା l ଢେ଼ଙ୍କାନାଳ ଜିଲ୍ଲା କିପରି ମତ୍ସ୍ୟ ଉପାଦାନ ରେ ଲାଭବାନ ଓ ଆତ୍ମ ନିର୍ଭରଶୀଳ ହୋଇ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ସେ ସଂପର୍କରେ ଆଲୋଚନା କରାଯାଇ ସଭା ସାଙ୍ଗ କରାଯାଉଥିଲା l