ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳରେ ୨୩ତମ ଜାତୀୟ ମତ୍ସ୍ୟ ଦିବସ ପାଳିତ 

ଅଦ୍ୟ ତା ୧୦/୦୭ ରିଖ ସୋମବାର ଦିନ ଜିଲ୍ଲା ମତ୍ସ୍ୟ ବିଭାଗ ଢେଙ୍କାନାଳ ତରଫରୁ ୨୩ ତମ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଢେ଼ଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ବିମଳେନ୍ଦୁ ମହାନ୍ତି ଓ ସମ୍ମାନିତ ଅତିଥିରୂପେ ବରିଷ୍ଠ କୃଷି ନିର୍ବାହୀ ଯନ୍ତ୍ରୀ ରଘୁନାଥ ବେହେରା ଯୋଗ ଦେଇଥିଲେ l ଜିଲ୍ଲା ମତ୍ସ୍ୟଅଧିକାରୀ ସଂଗ୍ରାମ କେଶରୀ କର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲାର ଆଠ ଟି ବ୍ଲକ୍ ରୁ ପଚାଶ ରୁ ଉର୍ଦ୍ଧ୍ବ ମାଛ ଚାଷୀ , ମତ୍ସ ଜିବି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ l ଏହି ଅବସର ରେ ସଫଳ ମତ୍ସ୍ୟ ଚାଷୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା l ଢେ଼ଙ୍କାନାଳ ଜିଲ୍ଲା କିପରି ମତ୍ସ୍ୟ ଉପାଦାନ ରେ ଲାଭବାନ ଓ ଆତ୍ମ ନିର୍ଭରଶୀଳ ହୋଇ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ସେ ସଂପର୍କରେ ଆଲୋଚନା କରାଯାଇ ସଭା ସାଙ୍ଗ କରାଯାଉଥିଲା l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

masiha

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

Sunil Chandra Nayak

Leave a Comment

error: Content is protected !!