ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ  ନିର୍ମାଣ ଶେଷ ହେବନି : ଅଭିଯୋଗ କରି ଥକିଗଲେଣି ସ୍ଥନୀୟ ବାସିନ୍ଦା 

ତେନ୍ତୁଳିଖୁଣ୍ଟି ୧୦/୦୭/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ନଲକ ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଦାନ ଦିଆ ଯାଉଛି। ବିଦ୍ୟାଳୟ ରେ ପ୍ରାୟ ପଚାଶ ଛାତ୍ର ଛାତ୍ରୀ ଥିବା ବେଳେ ଦୁଇ ଜଣ ଶିକ୍ଷକ । ପୁରୁଣା ଟିଣ ଘର ବ୍ୟତୀତ ପିଲାଙ୍କ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନାହିଁ। ତତ୍କାଳୀନ ଡି ପି ଇ ପି ଅନୁଦାନ ରେ ଗୋଟିଏ ଶ୍ରେଣୀଗୃହ ନିର୍ମାଣ ଆରମ୍ଭ ହୋଇଥିଲା ୨୦୧୮-୧୯ ଆର୍ଥିକ ବର୍ଷରେ। ଇତିମଧ୍ୟରେ ଏତେ ବର୍ଷ ବିତିଯାଇଥିଲେ ବି ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଛି। ପଡ଼ି ରହିଛି।ଏହି କାମ ଡିପିଇପି ନବରଙ୍ଗପୁର ତରଫରୁ କାର୍ଯ୍ୟ୨୦୧୯ ଆରମ୍ଭ ହୋଇଥିଲା। ଅଟକଳ ମୂଲ୍ୟ ୫ଲକ୍ଷ ହୋଇଥିବା ବେଳେ ୪ଲକ୍ଷ ଟଙ୍କା ର ବିଲ୍ ହୋଇ ସାରିଛି। ବଳକା ୧ଲକ୍ଷ ଟଙ୍କା ଅଛି। ଗ୍ରାମବାସୀ ସ୍ଥାନୀୟ ଯୁବକ ସଂଘ କର୍ମ କର୍ତ୍ତା ଉକ୍ତ ଗୃହ ନିର୍ମାଣ ଶେଷ କରିବାପାଇଁ ତତ୍କାଳୀନ ବି ଡି ଓ ରାମେଶ୍ଵର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅକ୍ଷମିତା କାର୍ତ୍ତିକ, ପଦ୍ମନାଭ ତ୍ରିପାଠି ଦୁର୍ଯ୍ୟଧନ ଭୋଇ,୪ବିଡ଼ିଓ ଙ୍କୁ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଅଭିଯୋଗ କରି ମଧ୍ୟ ନିରାଶ ହୋଇଛନ୍ତି। କଣ ଉକ୍ତ ଶ୍ରେଣୀଗୃହ ସମ୍ପୂର୍ଣ୍ଣ କରାଇବା କ୍ଷମତା ବିଡ଼ିଓ ଙ୍କ ନାହିଁ? ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତି ପାଇଁ ହିଁ ରାଜ୍ୟ ର ଶିକ୍ଷା ର ମାନ 10 କ୍ରମାଙ୍କ ରୁ24 କ୍ରମାଙ୍କ କୁ ଆସି ଯାଇଛି। ତତ୍କାଳୀନ ଡି ପି ଇପି ବ୍ୟବସ୍ଥା ଉଠିଯାଇଛି ,ଉକ୍ତ ବିଭାଗ ରେ କାର୍ଯ୍ୟରତ ବୈଷୟିକ ସହାୟକ ପଞ୍ଚାୟତ ସମିତି ରେ କାର୍ଯ୍ୟ କରୁଛନ୍ତି। ଯଦି ଉକ୍ତ ବିଦ୍ୟାଳୟ ର ଶ୍ରେଣୀଗୃହ ନିର୍ମାଣ ବାବଦ ରେ ଆବଣ୍ଟିତ ଅର୍ଥ ଅଛି ତା ହେଲେ ବୈଷୟିକ ସହାୟକ କାହିଁକି ନିଜେ ସେଥିରେ ହସ୍ତକ୍ଷେପ କରି ଶେଷ କରୁ ନାହାନ୍ତି? ଯଦି ବଳକା ଅର୍ଥରେ ନିର୍ମାଣ ଶେଷ ହେବା ସମ୍ଭାବନା ନାହିଁ ,ଯେହେତୁ ପଞ୍ଚାୟତ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ର ଗରୁ ନିର୍ମାଣ ଓ ମରାମତି ଦାୟିତ୍ୱ ପାଇଛନ୍ତି ତେଣୁ ଆବଶ୍ୟକ ଅର୍ଥ ପଞ୍ଚାୟତ ରୁ ଆଣି ଶେଷ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। କଣ ଏଭଳି ଅଧା ଗଢ଼ା ହୋଇ ରହିଯିବ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ? କିଏ ଶୁଣିବ ଗୁହାରୀ?ଗଣମାଧ୍ୟମ ଶେଷ ସାହାରା।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ      

Sunil Chandra Nayak

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

Leave a Comment

error: Content is protected !!