ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ 

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

ଭବାନୀପାଟଣା ତା. ୧୨.୧୧.୨୦୨୪ : ଆଜି ଲାଞ୍ଜିଗଡ଼ଠାରେ ଦେୱାନୀ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶା, ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରନ୍ ସିଂ ଏହି ଅଦାଲତ କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦିବା 9.45 ମି ସମୟରେ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ମାନ୍ୟବର ଜଷ୍ଟିସ ଭି. ନରସିଂହ, ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ କଟକ ଓ ଅନ୍ୟ ବିଚାରପତି ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଏହି ଅବସରେ ଆଜି ଲାଞ୍ଜଗଡ଼ଠାରେ ଉକ୍ତ ଅଦାଲତ ର ଉଦଘାଟନୀ ସମାରୋହରେ କଳାହାଣ୍ଡି ଜିଲ୍ଲାର ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ, ଭବାନୀପାଟଣା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଚରନଜିତ ଓରାମ, ଲାଞ୍ଜିଗଡ଼ ଜେ. ଏମ. ଏଫ୍. ସି. ନାଜିଦା ଖାତୁନ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଓକିଲ ସଂଘର ସମ୍ପାଦକ, ସଭାପତି ଙ୍କ ସହିତ ଅନ୍ୟ ଓକିଲମାନେ ମଧ୍ୟ ଉପସ୍ଥିତ ଥିଲେ। ଅଞ୍ଚଳବାସୀଙ୍କ ବହୁଦିନ ର ପ୍ରତୀକ୍ଷା ପରେ ଲାଞ୍ଜିଗଡ଼ଠାରେ ଏହି ଅଦାଲତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।ଏହି ଅଦାଲତ ହୋଇଥିବାରୁ ଲାଞ୍ଜିଗଡ଼, ପାଖାପାଖି ଅଞ୍ଚଳ ର ସମସ୍ତେ ଉପକୃତ ହୋଇପାରିବେ। (ମ ନି ସ)

Related posts

ଶିକ୍ଷଣ ବ୍ୟବସ୍ଥା କୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ତାଲିମ

Sunil Chandra Nayak

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

ବନ୍ଧୁଗାଁ ବ୍ଲକର ବହୁ ଦିନର ସ୍ବପ୍ନ ସଫଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡଡେ ହୋଇ +2 ବିଜ୍ଞାନ ପାଠ ପଢା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ  

Sunil Chandra Nayak

Leave a Comment

error: Content is protected !!