ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ଧାନ ଅମଳର ଦୃଶ୍ୟ କୋଣାର୍କ ଉତ୍ସବରେ କଳା ପ୍ରଦର୍ଶନ ପାଇଁ ଶିଳ୍ପୀଙ୍କ ପ୍ରସ୍ତୁତି

ବାଲୁକା କଳାରେ ଧାନ ଅମଳର ଦୃଶ୍ୟ

କୋଣାର୍କ ଉତ୍ସବରେ କଳା ପ୍ରଦର୍ଶନ ପାଇଁ ଶିଳ୍ପୀଙ୍କ ପ୍ରସ୍ତୁତି

କର୍ଲାମୁଣ୍ଡା: କୋଣାର୍କ ଉତ୍ସବରେ ଆସନ୍ତା ୧ ତାରିଖରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେବାକୁଥିବା ଅନ୍ତର୍ଜାତୀକ ବାଲୁକା କଳା ମହୋତ୍ସବରେ ଭାଗନେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଡ଼ଃ ଓମ ପ୍ରକାଶ ସାହୁ l ଏହି ପ୍ରଦର୍ଶନୀରେ ଦେଶ ବିଦେଶରୁ ବଛା ବଛା ଶିଳ୍ପୀ ଆସି ତାଙ୍କର କଳା ପ୍ରଦର୍ଶନ କରିବେ l ଏହି ଅବସରରେ ଶ୍ରୀ ସାହୁ ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତିକୁ ନେଇ ବାଲୁକା କଳା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଏଥିରେ ସେ ଜଣେ ଚାଷୀ ଧାନ ଭରା ବୋହି ଖଳାକୁ ନେଉଥିବାର ଦୃଶ୍ୟକୁ ନିଖୁଣ ଭାବରେ ଅଙ୍କନ କରିଛନ୍ତି l ବିଦେଶରେ ହେଉଥିବା ବାଲୁକା କଳା ପ୍ରଦର୍ଶନୀରେ ଗୋଟିଏ ମଡେଲକୁ ପ୍ରାୟ ୫ଦିନ ଧରି ତିଆରି ହେଉଥିବା ବେଳେ ଓଡିଶାରେ ହେଉଥିବା ପ୍ରଦର୍ଶନୀରେ ଶିଳ୍ପୀ ମାନେ ପ୍ରତ୍ୟେକ ଦିନ ତିଆରି କରୁଥିବା ମଡେଲ ଗୁଡିକୁ ଭାଙ୍ଗି ୫ଦିନରେ ୫ଟି ମଡେଲ ତିଆରି କରୁଛନ୍ତି l ଯାହା ଫଳରେ ଏଠାରେ ମଡେଲ ଗୁଡିକୁ ନିଖୁଣ ରୂପ ଦେବାରେ ଶିଳ୍ପୀ ଅସମର୍ଥ l ତେଣୁ ବିଦେଶର ପଦ୍ଧତିକୁ ଏଠାରେ ପ୍ରଚଳନ କରିବା ପାଇଁ ଶ୍ରୀ ସାହୁ ଓଡିଶା ପର୍ଯ୍ୟଟନ ବିଭାଗଙ୍କୁ ଅନୁରୋଧ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାଇ ସରଗମ୍ ର ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

masiha

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ, ଗଞ୍ଜାମ ଜିଲ୍ଲାର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ ହେବେ 

Sunil Chandra Nayak

Leave a Comment

error: Content is protected !!