ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

ଜୁନାଗଡ଼,୨୮/୧୧(ମନୀ ସ)ଜୁନାଗଡ଼ ସ୍ଥିତ ସରକାରୀ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ ହୋଇଯାଇଛି ।ପ୍ରଥମେ ପ୍ରାର୍ଥନା ସଭାରେ ଭାରତୀୟ ସମ୍ବିଧାନ ର ପ୍ରସ୍ତାବନା/ମୁଖବନ୍ଧ ଉପରେ ସମସ୍ତେ ଶପଥ ଗ୍ରହଣ କରିଥିଲେ. ପରେ ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୂଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ଵିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଣାଶୁଣା ଆଇନଜୀବୀ ତଥା ନୋଟାରି ବିଶ୍ୱନାଥ କର, ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ପ୍ରିୟବ୍ରତ ବାଣୁଆ, ଜନପ୍ରିୟ ନାରୀନେତ୍ରୀ ରମଣୀ ଦୁରିଆ ଓ ସ୍ଥାନୀୟ ବିଜ୍ଞାପିତ ପରିଷଦର ସଭ୍ୟା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ହିମାଦ୍ରୀ ସିନ୍ଦୁର ପ୍ରମୁଖ ମଂଚାସୀନ ହୋଇ ସମ୍ଵିଧାନ ଓ ଆମ୍ବେଦକର ଙ୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। 

ଏ ଅବସରରେ ଭାରତୀୟ ସମ୍ବିଧାନ ଉପରେ ଆଧାରିତ ବକ୍ତୃତା, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର/ଛାତ୍ରୀ ବସୁନ୍ଧରା ଶୁକ୍ଳା, ବାସନ୍ତୀ ସାହୁ, ଆରୋହି ବାଗ, ପ୍ରିୟଙ୍କା ପାଢି, ସୈାମ୍ୟରଞ୍ଜନ କୁଣ୍ଡୁ, ମନୋଜ ସାହୁ, ସବିତା ତାଣ୍ଡି, ଆୟୁଷ ଯାଦବ, ଭୁପେନ୍ଦ୍ର ବାଗ ଙ୍କୁ ପୁରସ୍କୃତ କରାଯାଇଥିଲା। 

ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ଓ ସଂଜୀବ କୁମାର ପଣ୍ଡା ସଂଯୋଜନା କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ନେତୃତ୍ୱରେ “ବନ୍ଦେ ଭାରତ” ନୃତ୍ୟ ପରିବେଷଣ କରାଯାଇଥିଲା। ଚିତ୍ତରଞ୍ଜନ ମହାନନ୍ଦ ଧନ୍ୟବାଦ ଦେଇଥିଲେ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ 

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!