ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ,  ପ୍ରଶାସନ ଦୃଷ୍ଠିନଦେଲେ ରାଜସ୍ବ ହାନୀକୁ ମଧ୍ଯ ଏଡାଇ ଦିଆଯାଇନପାରେ ! 

ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ, 

ପ୍ରଶାସନ ଦୃଷ୍ଠିନଦେଲେ ରାଜସ୍ବ ହାନୀକୁ ମଧ୍ଯ ଏଡାଇ ଦିଆଯାଇନପାରେ ! 

ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଏବଂ ମୁନିଗୁଡା ରେଞ୍ଜ୍ ଅଂଚଳବାସୀଙ୍କ ଅଭିଯୋଗ, ଗ୍ରାଉଣ୍ଡ ଜିରୋ ରିପୋର୍ଟ ଓ ପାରିପାର୍ଶିକ ସ୍ଥିତିରୁ ଜଣାପଡିଛି ଯେ, ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ତହସିଲ ଅଂଚଳରେ ଗୋଛିତ ଅଛି ମୂଲ୍ୟବାନ ଖଣିଜ ପଦାର୍ଥ । ଏହାଉପରେ କିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବା ଅଭିଯୋଗ ହେଉଛି । ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଅନେକ ମୂଲ୍ୟବାନ ଖଣିଜ ସମ୍ପଦ ରହିଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏନେଇ କିପରି ଅବଗତ ହୋଇ ନାହାନ୍ତି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚନ୍ଦ୍ରପୁର ତହସିଲ ଅଂଚଳର ମୁନିଗୁଡା ରେଞ୍ଜ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ଡାଙ୍ଗସୋରଡ଼ା ପଂଚାୟତର ହିକାବାଡ଼ି, କୁଡୁବାଲି, ବାଲାନ୍ତାଳୀ ଗାଁ ଅଂଚଳରେ (ଧୋବ ପାହାଡ଼ ) ଧଳା କ୍ୱାର୍ଜ ପଥର ଗୋଛିତ ଥିବା ଲୋକଙ୍କ ସୂଚନା ରହିଛଇ ଏବଂ ସେଠାରେ କିଛି ଲୋକଙ୍କ ଲୋଲୁପ ଦୃଷ୍ଠି ପଡିଥିବା ପଦାକୁ ଆସୁଛି | ଘଟଣାକ୍ରମର ସୂଚନା ପାଇବା ପରେ ଗଣମାଧ୍ଯମପ୍ରତିନିଧି ମାନେ ସେଠାରେ ପହଞ୍ଚିଥିଲେ ଏବଂ ଦେଖିବାକୁ ପାଇଥିଲେ ଜଙ୍ଗଲର କିଛି ବୃକ୍ଷ କଟାଯାଇ ସେହି ସ୍ଥାନକୁ ସଫାକରିଦେଇଛନ୍ତି | କାହା ଅନୁମୋତି ରେ ସଂପୃକ୍ତ ଲୋକ ଏତେ ଗୁଡାଏ ଗଛକାଟି ଦେଇଛନ୍ତି | ଏହି ଅଂଚଳ କେଉଁ ବିଭାଗର ତାହା ରେଭେନ୍ଯୁ ନା ବନବିଭାଗର ଜାଣିବାକୁ ଚାହିଁ ଥିଲେ କିନ୍ତୁ ବିଭାଗୀୟ କର୍ମଚାରୀ ତୁତୁ ମେମେରେ ଅଟକି ଯାଇଛନ୍ତି | ସେଠାରେ ଏତେ ମୂଲ୍ଯବାନର ଖଣି ଧଳା କ୍ବାର୍ଜ ମାଇନିଂ ପଥର ରହିଛି, କିନ୍ତୁ ଏ ସଂପର୍କରେ ଜଙ୍ଗଲ ବିଭାଗ ପାଖରେ କୌଣସି ସୁରାକ ନଥିବା କୁହାଯାଉଛି। ଗାଁ ଲୋକଙ୍କ କହିବା ଅନୁଯାଇ ମାଫିଆ ମାନେ ସ୍ଥାନୀୟ ହିକାବାଡି ଗାଁ ଲୋକଙ୍କୁ ଡରାଇ ଧମକାଇ ଦାବୀ କରିଛନ୍ତି ଏଠାର ସମସ୍ତ ଜାଗା ଆମର, ଏହିଅଞ୍ଚଳର ସମସ୍ତ ଜାଗା ଆମର ତେଣୁ ଶୀଘ୍ର ଗାଁ ଖାଲି କରିବାପାଇଁ ଏକ ପ୍ରକାର ଧମକ ଦେଇଥିବା ଅଭିଯୋଗ ହେଉଛି | ଏସମ୍ପର୍କରେ ସ୍ଥାନୀୟ ଶ୍ୟାମ ଗଡକା ଏବଂ ଜାକ୍ୱାବ, କହିଥିଲେ। ଏଠାରୁ କୋଟି କୋଟି ଟଂକାର ମୂଲ୍ୟବାନ ପଥର ଚୋରି କରିବା ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳୁଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯେସିବି ମେସିନ ଦ୍ୱାରା ଓସାରିଆ ରାସ୍ତା ନିର୍ମାଣ କରାଯାଇଛି, ଅନେକ ମୂଲ୍ୟବାନ ଗଛ ଗୁଡାକ କୋଟାଯାଇଛି। ଏ ଅଞ୍ଚଳ ଟି ମୁନିଗୁଡା ବନବିଭାଗ ଅଧୀନରେ ରହିଥିବା ଜଣାଯାଇଛି, ସୂଚନା ପାଇବା ପାଇଁ ମୁନିଗୁଡା ରେଞ୍ଜରଙ୍କୁ ସମ୍ପର୍କ କରିଥିଲୁ, କିନ୍ତୁ ଦୁର୍ଭାଗ୍ୟ ଯେ, ଏ ବିଷୟରେ ରେଞ୍ଜ ଅଧିକାରୀ ଜାଣି ନଥିବା କହିଥିଲେ ଏବଂ କହିଲେ ମୁଁ ପ୍ରତ୍ଯକ୍ଷ ଭାବେ ସେଠାକୁ ଯାଇ ତଦନ୍ତ କରିବି ବୋଲି କହିଥିଲେ କିନ୍ତୁ କୌଣସି ସଠିକ ସୂଚନା ଦେଇନାହାନ୍ତି । ରେଭେନ୍ଯୁ ବିଭାଗକୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେଠାରୁ ମଧ୍ଯ ଏସମ୍ପର୍କରେ କୌଣସି ସୂଚନା ମିଳିଲା ନାହିଁ | ଅନେକ ଦିନ ବିତିଗଲା ଉଭୟ ବିଭାଗଙ୍କ ଠାରୁ ସଠିକ୍ ସୂଚନା ନମିଳିବାରୁ ଷ୍ଟିଲ୍ ଆଣ୍ଡ୍ ମାଇନସ୍ ର ରାୟଗଡ କାର୍ଯ୍ଯାଳୟକୁ ସଂପର୍କ କରାଯାଇଥିଲା କିନ୍ତୁ ଅଧିକାରୀ ଜଣକ ଏସମ୍ପର୍କରେ ଅବଗତ ନଥିବା କହି ହାତଟେକିଦେଇ ଶେଷରେ କହିଲେ କୋରାପୁଟ କାର୍ଯ୍ଯାଳୟକୁ ଆରଟିଆଇରେ ମାଗନ୍ତୁ ସେଠାରୁ ଆପଣଙ୍କୁ ସୂଚନା ମିଳିବ ବୋଲି ନିଜ ମତପ୍ରକାଶ କରିଛନ୍ତି | ତଥ୍ଯ ଜାଣିବା ପାଇଁ ରାୟଗଡା ବନଖଣ୍ଡ ର ଏ. ସି. ଏଫ ଙ୍କୁ ମାଇନ୍ସ ଅଞ୍ଚଳର ଜଙ୍ଗଲ ସମ୍ପର୍କରେ ପଚାରି ବୁଝିଥିଲୁ, ଅଧିକାରୀ କହିଲେ ଏହା ସଂରକ୍ଷିତ ଜଙ୍ଗଲ ମଧ୍ୟଭାଗରେ ଅଛି ଏହା ସମ୍ପୂର୍ଣ ବେଆଇନ ମୁଁ ନିଜେ ଅନୁସନ୍ଧାନ କରି ଦେଖିବି ବୋଲି ପ୍ରତିସୃତି ଓ ଆଶ୍ୱାସନା ଦେଇଥିଲେ। କିନ୍ତୁ କାଳବିଳମ୍ବ ହେବାରୁ ବନଖଣ୍ଡୀୟ ଅଧିକାରୀ ରାୟଗଡଙ୍କ ଦୃଷ୍ଠି ଆକର୍ଷଣ କରାଯାଇଛି | ତଦନ୍ତ ପରେ ଜଣାପଡିବ ବୋଲି ଅଧିକାରୀ କହିଥିଲେ | ସଂରକ୍ଷିତ ଜଙ୍ଗଲ ହୋଇଥିଲେ ତାହାକୁ ସୁରକ୍ଷା ଦେବା ସହ ବୃକ୍ଷଲତା କାଟିଥିବା ବ୍ଯକ୍ତିଙ୍କ ପ୍ରତି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ | ଯଦିଚ ମାନ୍ସ ଲିଜ ହୋଇଛି ତେବେ ସର୍ବସାଧାରଣଙ୍କ ଜ୍ଞାତପାଇଁ ସେଠାରେ ଏକ ବୋର୍ଡ ଲଗାଯାଉ, ଖଣିବିଭାଗ ଏଥିପ୍ରତି ଦୃଷ୍ଠି ଦିଅନ୍ତୁ ଏବଂ ଦିର୍ଘବର୍ଷବର୍ଷ ଧରି ବସବାସ କରୁଥିବା ଲୋକଙ୍କୁ ଉଠାଇ ହଇରାଣ କରିବା ଆଗରୁ ସେମାନଙ୍କୁ ଥଇଥାନ କରାଯାଉ ବୋଲି ବୁଦ୍ଧି ଜୀବୀ ମହଲରେ ମତପ୍ରକାଶ ପାଉଛି | ଏଥିପ୍ରତି ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ 2025 ପାଳନ 

masiha

Leave a Comment

error: Content is protected !!