ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ଦାଖଲ ଆରମ୍ଭ

ନବରଙ୍ଗପୁର (ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୪ ତାରିଖଠାରୁ ଦାଖଲ ପକ୍ରିୟା ଚାଲୁରହିଛି । ପ୍ରଥମ ଦିବସରେ ଉପ ସଭାପତି ପଦବୀରେ ଆଇନଜୀବୀ ହରିନାରାୟଣ ବେହେରା ନାମାଙ୍କନ ଦାଖଲ କରିଥିଲେ । ଦ୍ଵିତୀୟ ଦିବସରେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପାଇଁ ସୋମବାର ଅନ୍ତିମ ଦିବସ ରହିଛି । ସୂଚନା ଯୋଗ୍ୟ ଯେ, ଏହି ନିର୍ବାଚନ ଜଣେ ଲେଖାଏଁ ସଭାପତି,ଉପ ସଭାପତି, ସମ୍ପାଦକ , ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଚାରି ଜଣ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଅନୁଷ୍ଠିତ ହେଉଛି । ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଥିବାବେଳେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ, ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

Leave a Comment

error: Content is protected !!