ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅଛି ବିଶେଷଜ୍ଞ ଡାକ୍ତର

ଜୟପାଟଣା:୩୧/୦୨(ମ ନି ସ ) କଳାହାଣ୍ଡିର ଅନ୍ୟତମ ଜମିଦାର ଶାସନ ଅମଳର ପୁରୁଣା ସହର ଜୟପାଟଣା । ଏହି କ୍ଷୁଦ୍ର ସହରର ଇତିହାସ ବହୁତ ପୂରାତନ । ତଥାପି ଜୟପାଟଣା ବ୍ଲକ ଜିଲ୍ଲାରେ ଉପେକ୍ଷିତ । ଦିନ ଥିଲା ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଜୟପାଟଣା ପରିଗଣିତ ହେଉଥିଲା । କିନ୍ତୁ ବିଡମ୍ବନା ର ବିଷୟ ଦିନକୁ ଦିନ ସଭ୍ୟତା ଆଧୁନିକ କରଣ ହେବାବେଳକୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ସଂକଟାପର୍ଣ୍ଣ ହୋଇଯାଉଛି । ଏହି ସହର କଲମପୁର, କୋକସରା,ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ ହୋଇଛି । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ରାସ୍ତା ସଂଯୋଗିକରଣ ହୋଇ ସାରିଛି । ଏହି ସହର ବୈବସାୟୀକ ଦୃଷ୍ଟିରୁ ଗୁରତ୍ୱ ଭୂମିକା ନେଉଥିବାରୁ ଆଖପାଖ ଅଞ୍ଚଳରୁ ଦୈନିକ ପ୍ରବଳ ଜନସମାଗମ ହୋଇଥାଏ । ଏହି ସହର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଅନୁକୂଳ ନୁହେଁ । ଜିଲ୍ଲା ସଦର ମହକୁମା ଭାବାନିପାଟଣା ଏଠାରୁ ୮୦କି.ମି ଦୂରରେ ଥିବାରୁ ବିଶେଷ କରି ପ୍ରସୂତି ସମସ୍ୟା ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡେ । ତେଣୁ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଏବଂ ଜଣେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କର ବ୍ୟବସ୍ଥା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇପାରିଲେ ଜନସାଧାରଣ ଆଶ୍ବସ୍ତି ଲାଭ କରନ୍ତେ । ସ୍ଥାନୀୟ ଜନପ୍ରତିନିଧି ,ବିଧାୟକ ତଥା ବିଭାଗୀୟ କତ୍ତୃପକ୍ଷ ଏପରି ସମ୍ବେଦନଶୀଳ ବିଷୟ ପ୍ରତି ଗୁରୁତ୍ୱ ଦେଇ ଆନ୍ତରିକ ଉଦ୍ୟମ କଲେ ଅଞ୍ଚଳ ବାସୀଙ୍କର ବଡ଼ ସମସ୍ୟା ଦୂର ହୋଇପାରନ୍ତା । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଖାପାଖି ଶୌଚାଳୟ ଟିଏ ଏବଂ ଆଧାର କେନ୍ଦ୍ର ଟିଏର ମଧ୍ୟ ଆବଶ୍ୟକତା ରହିଛି । ଏଥିପ୍ରତି ସଦୟ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

ଅଜଣା ପିକ୍ ଅପ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ:ଉଦ୍ଧାର କଲେ ବିଜେପି କର୍ମୀ 

masiha

Leave a Comment

error: Content is protected !!