ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସରୋଜ କୁମାର ଜେନା ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଶିକ୍ଷକ ସରୋଜ କୁମାର ଜେନା ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ରାଉରକେଲା: ରାଉରକେଲା ଆର୍ ଇ ସି କ୍ୟାମ୍ପସ ଏନ୍ଆଇଟି ର ଇଂରାଜୀ ଶିକ୍ଷକ ସରୋଜ କୁମାର ଜେନା ଙ୍କୁ ୨୦୨୩-୨୪ ନିମନ୍ତେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରଦାନ କରାଯାଇଛି। ଏହାସହ ମାନପତ୍ର, ୨୫ ହଜାର ଟଙ୍କା ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଶ୍ରୀ ଜେନା ଏନସିସି ର ଫ୍ଲାଇଙ୍ଗ ଅଫିସର ତଥା ଝାରସୁଗୁଡ଼ା ଡିଭିଜନର ମୁଖ୍ୟ ମଧ୍ଯ ଅଟନ୍ତି। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ପୌରହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷୟିତ୍ରୀ ନିରୁପମା ପତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ଶ୍ରୀ ଜେନା ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ , ଅଜୟ କୁମାର ରାଉତ, ଛଵି ପ୍ରଧାନ , ମିନତୀ ଖମାରୀ, ନମିତା ଦନ୍ତା, ଭରତ ସେଠୀ, ସାଗର ପରିଡା, ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ସୀତାରାମ ସାହୁ, ହରିଶଙ୍କର କାମିଲା, ପୂଜା ସ୍ବାଇଁ,ଵିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଏଥିପାଇଁ ଗର୍ବିତ ବୋଲି କହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

Sunil Chandra Nayak

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

masiha

ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଥିଂକର୍ସ ଫୋରମ୍‍ର ଆଲୋଚନା

Leave a Comment

error: Content is protected !!