ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

ଜୁନାଗଡ଼,୧୯/୨(ମ ନି ସ)-କଳାହାଣ୍ଡି ଜୁନାଗଡ଼ ମାରବାଡି ପଡା ଠାରେ ଥିବା ଗୋଏଲ ସାଇରକେଲ ଷ୍ଟୋରଓ କଲମପୁର ରୋଡ଼ ରେ ଥିବା ଗୋଏଲ ଏଲେକ୍ଟ୍ରିକାଲ ଉପରେ ସିଟି ଆଣ୍ଡ ଜି ଏସ ଟି ଏନ ଫୋରସମେନ୍ଟ କଳାହାଣ୍ଡି ଶାଖା ପକ୍ଷରୁ ଚାଢ଼ାଉ କରାଯାଇଛି । କଳାହାଣ୍ଡି ଜିଏସ୍ଟି ଡେପୁଟି କମିଶନର ସମୀର ମାଝୀ ଙ୍କ ନେତୃତ୍ବ ଚଢ଼ାଉ କରାଯାଇଥିଲା।ଅଭିଯୋଗ ମିଳିବା ପରେ ଏହି ଦୋକାନୀ ଜି ଏସ ଟି ଫାଙ୍କି ସାମଗ୍ରୀ ଗଛିତ ରଖି ଥିବା ସୂଚନା ପାଇ ଆଜି ସକାଳୁ ଚଢ଼ାଉ କରିଛି ବିଭାଗ । ଗୋଏଲ ସାଇକେଲ ଷ୍ଟୋର ତାଙ୍କ ଘର , ଦୋକାନ ଓ ଗୋଦାମ ରେ ଚଢ଼ାଉ କରାଯାଇ ଆବଶ୍ୟକ କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏ ସଂକ୍ରାନ୍ତରେ ବିଭାଗତରଫରୁ ଏକ ଅଭିଯୋଗ ଫର୍ଦ ଦାଖଲ ସହ ପ୍ରକ୍ରିୟା ସହ ତଦନ୍ତ ଜାରିରହିଥିବା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।ଏହି ଚଢ଼ାଉରେ ଆସିସଣ୍ଡ କମିଶନର ପାରେଶ୍ୱର ସାହୁ,ସିଟିଓ ହରେକୃଷ୍ଣ ସାହୁ,ପ୍ରେମାନନ୍ଦ ନନ୍ଦ,ଅମିତ ବେହେରା,ଜିତେନ୍ଦ୍ର ବାଗ,ଏବଂ ଅନ୍ୟ ଅଧିକାରୀ ସମୂହ ସାମିଲ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଯୁବକଙ୍କୁ ଆଖୂ ରେ ସ୍ପ୍ରେ ମାରି ଛୁରାମାଡ଼, ସଙ୍କଟପୂର୍ଣ୍ଣ ଅବସ୍ଥାରେ ରାୟପୁର ସ୍ଥାନାନ୍ତର

ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୭ ଜଣ ଜନ୍ତୁ ଶିକାରୀ ଗିରଫ, ୨ଟି ବନ୍ଧୁକ ଗୋଟିଏ ହରିଣ ସିଂଘ,ଫାଶ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ 

Sunil Chandra Nayak

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

masiha

Leave a Comment

error: Content is protected !!