ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଗାଈଗୋରୁ ଚାଲାଣ ; ୪ଗିରଫ

ବେଆଇନ ଗାଈଗୋରୁ ଚାଲାଣ ; ୪ଗିରଫ

ଭଞ୍ଜନଗର,୨୬/୬ କନ୍ଧମାଳ ଓ ନୟାଗଡ ସିମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ ବଢୁଛି। ବିଭିନ୍ନ ସମୟରେ ଜିଲାର ଉପାନ୍ତ ଓ ଗ୍ରାମାଞ୍ଚଳ ରାସ୍ତା ଦେଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଗୋ’ଚାଲାଣ ହେଉଛି। ଏଥିସହ ଆଉ କେତେକ ସମୟରେ ଚଲାଇ ଚଲାଇ ନେଇ ଅନ୍ୟତ୍ର ବିକ୍ରି କରାଯାଉଛି। ଏହିଭଳି ଭାବେ ବାଇବାଲି ରାସ୍ତାରେ ଭଞ୍ଜନଗର ରୁ କେରଳ ଗୋ’ଚାଲାଣ ହେଉଥିଲା। ଏନେଇ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ଏଏସ୍‌ଆଇ ଶରତ ଚନ୍ଦ୍ର ପଣ୍ତା ଏତେ ଗୋରୁ ଦେଖି ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚାରିଥିଲେ। ଏହାପରେ ଉକ୍ତ ଗୋରୁ ସବୁ କେରଳ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଏନେଇ ଏକ ମାମଲା ରୁଜୁ ହେବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୪ ଜଣ ହେଲେ ଲକ୍ଷଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଇକ। ଏଥିସହ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିଯାଇଛି। ସମସ୍ତ ଗୋରୁଗାଈଙ୍କୁ ଗୋଆଶ୍ରମରେ ଛଡାଯିବା ବୋଲି ଜଣାପଡିଛି।

Related posts

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

masiha

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

masiha

କାଠ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!