ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ଆମ୍ ଆଦମୀ ପାର୍ଟି, ଉତ୍ତର ଭୁବନେଶ୍ୱର ବିଧାନସଭା ଅନ୍ତର୍ଗତ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରୀୟ ସହ ପ୍ରଭାରୀ ଶ୍ରୀ ପୁନୀତ୍ ରାୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଉତ୍ତର ବିଧାନସଭାରେ ଦଳୀୟ ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବା ସହ ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସପାଲିଟି ନିର୍ବାଚନ ନିମନ୍ତେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ବାନ ଜଣାଇଥିଲେ। ଉକ୍ତ ବିଧାନସଭାର ବିଭିନ୍ନ ୱାର୍ଡ ଓ ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଉତ୍ତର ଭୁବନେଶ୍ୱରର ବିକାଶ ପାଇଁ ଆମ୍ ଆଦମୀ ପାର୍ଟି ହିଁ ଏକ ମାତ୍ର ବିକଳ୍ପ ଭାବେ ନିଜର ସାଙ୍ଗଠନିକ ଦକ୍ଷତାକୁ କିପରି ପ୍ରତିପାଦିତ କରିପାରିବ ସେଥିନିମନ୍ତେ ବିଭିନ୍ନ ରଣନୀତି ପ୍ରଦାନ କରିଥିଲେ। ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍ କେନ୍ଦ୍ରୀୟ ସହ ପ୍ରଭାରୀଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ ଯୋଜନା ଆଧାରରେ କିପରି ବୁଥ୍ ସ୍ତରରେ ସଂଗଠନକୁ ମଜବୁତ୍ କରାଯାଇ ପାରିବ ସେଥି ନିମନ୍ତେ ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଯୋଗଦେଇ ଉତ୍ତର ଭୁବନେଶ୍ୱରରେ କିପରି ଆମ୍ ଆଦମୀ ପାର୍ଟି ଏକ ବିକଳ୍ପ ଶକ୍ତି ଭାବେ ଉଭା ହେବ ସେ ସଂପର୍କିତ ରଣନୀତି ପ୍ରଦାନ କରିବା ସହ ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ କଠିନ ପରିଶ୍ରମ କରି ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବାପାଇଁ ଆହ୍ୱାନ ଜଣାଇଥିଲେ। ଶ୍ରୀ ଜୟରାମ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆମ୍ ଆଦମୀ ପାର୍ଟିକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର କୁମାର ସ୍ବାଇଁ ଆଗାମୀ ତିନି ମାସ ମଧ୍ୟରେ ସଂଗଠନ ନିର୍ମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଉତ୍ତର ବିଧାନସଭାର ସାଧାରଣ ସମ୍ପାଦକ ଶ୍ରୀ ସୁପ୍ରାଜ ଦିଗାଲ,ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ,ଶ୍ରୀ ଲଲାଟ କିଶୋର ଜେନା, ଶ୍ରୀ ମୃତ୍ୟୁଞ୍ଜୟ ନାୟକ, ଶ୍ରୀ ସୁବାସ ପଣ୍ଡା, ଶ୍ରୀ ପୁରୁଷୋତ୍ତମ ଚାନ୍ଦ, ଶ୍ରୀ ବିଳାସ ସାହୁ,ଶ୍ରୀ ଜିପ୍ରସ ଦିଗାଲ, ଶ୍ରୀ ସୌଭାଗ୍ୟ ନାୟକ, ଶ୍ରୀ ବାବୁରାମ ସେଠୀ ମହିଳା ନେତ୍ରୀ ଶ୍ରୀମତି କବିତା ପ୍ରଧାନ, ଶ୍ରୀମତି ଦୀପ୍ତି ମଞ୍ଜରୀ ନାୟକ, ସବିତା ହାଁସଦା, ତୃପ୍ତି ଦାସ,ଶ୍ରୀମତୀ ଜ୍ୟୋତ୍ସ୍ନା ପ୍ରଧାନ, ଶ୍ରୀମତୀ ସାଗରିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ବିସ୍ତାର ନିମନ୍ତେ ନିଜର ମତାମତ ରଖିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ତରଫରୁ ମହାନ ଜନନାୟକ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି ର ବ୍ଲକ୍ ଘେରାଉ

Sunil Chandra Nayak

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!