ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ

ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ

ଚନ୍ଦ୍ରପୁର/ମୁନିଗୁଡା-ତା୧୪-୯ ଦେଶବ୍ୟାପି ଵିଜେପିର ସଦସ୍ୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଵେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ସଦସ୍ୟତା ଗ୍ରହଣ କରିଥିବା ଵେଳେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ ମୁଖ୍ୟ ମନ୍ତ୍ରୀ ଏଵଂ ମନ୍ତ୍ରୀ ପରିଷଦ ସଦସ୍ୟତା ଗ୍ରହଣ କରିଥିଲେ।ପରେ ଜିଲ୍ଲା ଓ ଵ୍ଲକ ସ୍ତରୀୟ ସଦସ୍ୟତା 2024 ଅଭିଯାନର କାର୍ଯ୍ୟାରମ୍ଭ ହ ଚାଲୁରହିଛି।ଏହିପରିପ୍ରେକ୍ଷିରେ ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇ ଚାଲୁଥିବା ଵେଳେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସୋରଡା ଚନ୍ଦ୍ରପୁରୁ, ହନମନ୍ତପୁରୁ, ବିଜାପୁର ,ସାରିକିମା, ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର, ରଥ ଉଲ୍ଲାକା, ସୁବାଷ ସାହୁକାର ଉପସ୍ଥିତିରେ ସଦସ୍ୟତା ଅଭିଯାନ ଟୁରିଗୁଡା ଠାରୁ ଆରମ୍ଭ ହୋଇଥିଲା ।ଚନ୍ଦ୍ରପୁର ବିଜେପି ନେତା ସୁନାମଣୀ ପ୍ରାଟୀଙ୍ଗା ସରପଞ୍ଚ ଫକୀରମୋହନ ଗୁମିଡଙ୍ଗାଙ୍କ ପୌରହିତ୍ୟରେ ଆୟୋଜିତ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିଲା।ଅନେକ ଯୁବକ,ମହିଳା,ଛାତ୍ରଛାତ୍ରୀ ସ୍ୱ ଇଛାରେ ଆସି ସଦସ୍ୟତା ଗ୍ରହଣ କରିଥିଲେ।ସାଂସଦ ପ୍ରାଥି ଶ୍ରୀଯୁକ୍ତ ମାଝୀ ଓ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସାହୁକାର ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ କରିବା ସହିତ ଭବିଷ୍ୟତ ରାଷ୍ଟ୍ର ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ପରେ ଶ୍ରୀଯୁକ୍ତ ମାଝୀ ସାରିକିମା ପଞ୍ଚାୟତ ଗସ୍ତରେ ଯାଇ ଏକଲଵ୍ୟ ସ୍କୁଲ ପରିଦର୍ଶନ କରିଥିଲେ। ୨୦୨୨ ମସିହା ଫେବ୍ରୁଆରୀ ୧୦ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେସ୍ବର ଟୁଡୁ ଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷ ବିତିଯାଇଥିଲେ ମଧ୍ୟ କାମ ଫାଉଣ୍ଡସେନ ରେ ହିଁ ସୀମିତ ରହିଛି ବୋଲି ସାରିକିମା ସରପଞ୍ଚ ଫୋକୀରମୋହନ ଗୁମିଡଙ୍ଗା ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ମାଝୀ ଙ୍କୁ ଜଣାଇଥିଲେ ଚନ୍ଦ୍ରପୁରବ୍ଲକ ର ବହୁତ ବିଜେପି କର୍ମୀ ଙ୍କ ନେତୃତ୍ବରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଥ ଉଲ୍ଲାକା ସଭାପତିତ୍ବରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଦୟାନିଧୀ ପାତ୍ର ମନଜ କିଟାଙ୍ଗା ,ମୋହନ ବାଗ ,ଉପେନ୍ଦ୍ର ଚିଟିଦୋରା, ବିନୋଦ ମୁଣ୍ଡିକା ,ଜଗନ୍ନାଥ ପ୍ରଧାନୀ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ଅନେକ ବ୍ୟକ୍ତି ସଦସ୍ୟତା ଅଭିଯାନରେ ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଥିଲେ।ବିଜେପି ଶୀର୍ଷ ନେତାମାନେ ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ବିଜେପିର ବିଚାର,ଆଦର୍ଶ,ସଂକଳ୍ପ,ଲକ୍ଷ ଉପରେ ମାର୍ଗଦର୍ଶନ ଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

Leave a Comment

error: Content is protected !!