ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ 

ମା ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ 

 ରାଉରକେଲା: ମା ତାରାତାରିଣୀଙ୍କ ଦ୍ବିତୀୟ ପୀଠ ସେକ୍ଟର ୬ ହିଲଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ବଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ବୈଠକରେ ମା’ଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା କରାଯାଇଥିଲା। ମନ୍ଦିରର ଆଲୋକ ସଜ୍ଜା, ଭକ୍ତମାନଙ୍କ ର ଯିବା ଆସିବାର ସୁବନ୍ଦୋବସ୍ତ ତଥା ସୁବ୍ୟବସ୍ଥିତ ପୂଜାର୍ଚ୍ଚନା ଏବଂ ସହସ୍ର ଦୀପ ପ୍ରଜ୍ବଳନ, ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ମହାଦୀପ ପ୍ରଜ୍ଜ୍ୱଳନ ବିଷୟରେ ସମସ୍ତ କମିଟି ସଦସ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତତ୍ ସହିତ ମା’ଙ୍କ ସମ୍ମୁଖ ଭାଗରେ ନବ ନିର୍ମିତ ସୈାଧ ନିର୍ମାଣର ସମସ୍ତ ବିବରଣୀ ଭାସ୍କର ନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ସର୍ବଶ୍ରୀ ବିଜୟ ପାଢ଼ୀ, ରମାକାନ୍ତ ମହାରଣା, ମୀନକେତନ ନନ୍ଦ, ନାରାୟଣ ଚନ୍ଦ୍ର ମହନ୍ତ, କାଳୀ ପ୍ରସାଦ ପାତ୍ର,ଲୋକେଶ ରାଉତ, ମନୋରଞ୍ଜନ ତ୍ରିପାଠୀ, ସୁଶାନ୍ତ ଦଳାଇ,ଶରତ ଜେନା, ପବିତ୍ର ମୋହନ ବେହେରା, ପ୍ରଶାନ୍ତ ପଣ୍ଡା, ସୁବାସ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଶେଷରେ ଶ୍ରବଣ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

ଦେବ ଦମ୍ପତି ଶିବ ପାର୍ବତୀଙ୍କ ବିବାହ ଉତ୍ସବ

କାମାକ୍ଷାନଗର ଜଗନ୍ନାଥ ମନ୍ଦିରରେ ସାବିତ୍ରୀ ବ୍ରତ ପାଳିତ

Leave a Comment

error: Content is protected !!