ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ ତରଫରୁ ଶ୍ୟାମ ବାବାଙ୍କ ସୁସଜ୍ଜିତ ରଥ ଓ ନିଶାନ ଯାତ୍ରା

ମୟୂରଭଞ୍ଜ ୩/୩/୨୩ (ମସିହା) ଆଜି ଫାଲୁଗୁନ ମାସ ଶୁକ୍ଳ ପକ୍ଷ ପବିତ୍ର ଅଁଳା ଏକାଦଶୀ ।ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି ଫାଲଗୁନ ମାସ ଶୁକ୍ଳପକ୍ଷ ଅଁଳା ଏକାଦଶୀରେ ବ୍ରତ କରୁଥିବା ଲୋକେ ମୋକ୍ଷ ପାଇଥାନ୍ତି ।ଫାଲଗୁନ ମାସ ସହ ହୋଲିର ପ୍ରଥମ ପାଳିରେ ଆସୁଥିବା ଏକାଦଶୀ ରେ ହୋଲିର ରଂଗ ପରସ୍ପରକୁ ଲଗାଇବା ଆରମ୍ଭ ହୋଇଥାଏ ।ଏହାକୁ ମଧ୍ୟ ରଙ୍ଗୋଲି ଏକାଦଶୀ କୁହନ୍ତି ।ଅଁଳା ଗଛରେ ବିଷ୍ଣୁ ବାସ କରନ୍ତି । ଏଥିପାଇଁ ବ୍ରତୀ ମାନେ ଅଁଳାଗଛକୁ ପୂଜା କରିବା ସହ ୧୦୮ ଥର ପରିକ୍ରମା କରି ନିଜକୁ ବିଷ୍ଣୁଙ୍କ ପାଦ ତଳେ ସମର୍ପି ଥାନ୍ତି ।ଆଜି ଏହି ପବିତ୍ର ଦିନରେ ରାଇରଙ୍ଗପୁରର ରାଧାକୃଷ୍ଣ ମଣ୍ଡଳୀ ଆନୁକୁଲ୍ୟରେ ଅଁଳାଡୁବାସ୍ଥ ରାଧାକୃଷ୍ଣ ମନ୍ଦିର ସମ୍ମୁଖରୁ ଶ୍ୟାମ ବାବାଙ୍କ ଫଟୋଥିବା ସୁସଜ୍ଜିତ ରଥ ବାହାରିଥିଲା ଶହ ଶହ ଶ୍ରଦ୍ଧାଳୁ ପତକା ଧରି ଭଜନ ସଂକୀର୍ତ୍ତନ କରି ସତ୍ୟ ନାରାୟଣ ମନ୍ଦିର ଏବଂ ପାଢିଆ ଧର୍ମଶାଳାରେ ଥିବା ମନ୍ଦିରକୁ ଯାଇ ପୁଣି ସତ୍ୟନାରାୟଣ ମନ୍ଦିରକୁ ଆସିଥିଲେ ସେଠାରେ ଶ୍ଯାମବାବାଙ୍କ ପୂଜାର୍ଚ୍ଚନା କରି ଘରକୁ ଫେରିଥିଥିଲେ । ସଂନ୍ଧ୍ୟାରେ ସତ୍ୟନାରାୟଣ ମନ୍ଦିରରେ ରାଧାକୃଷ୍ଣ କିର୍ତ୍ତନ ମଣ୍ଡଳୀ ତରଫରୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରଥମ ଥର ପାଇଁ ଏହି ଫାଲଗୁନ ଏକାଦଶୀରେ ନିଶାନ ଯାତ୍ରା ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରତିବର୍ଷ ଏହାକୁ ପାଳନ କରାଯିବ ବୋଲି କମିଟି ତରଫରୁ ସୂଚନା ଦେଇଛନ୍ତି । ସମସ୍ତେ ଶ୍ୟାମ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ନିଜର,ପରିବାରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଚୈତ୍ରପର୍ବ ପାଳିତ

Sunil Chandra Nayak

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!