ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ ଓ ମାଟି ପୂଜନ କାର୍ଯ୍ୟକ୍ରମ 

ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ ଓ ମାଟି ପୂଜନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୦|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଅଙ୍ଗୀ ନଦୀ ତୁଠରେ ଭୂମି ପୂଜନ କରାଯିବା ସହ ଅକ୍ଟୋବର ମାସ ୧୬ ତାରିଖରେ ହେବାକୁଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ କମିଟି ତରଫରୁ କନ୍ୟାଶ୍ରମ ନିକଟ ଅଙ୍ଗୀ ନଦୀ ନିକଟରେ. ମୂର୍ତ୍ତି ପାଇଁ ମାଟି ପୂଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ପୂଜକ ଚୈତନ୍ୟ ଦାଶ, ସହଯୋଗୀ ଗୋବିନ୍ଦ ପଣ୍ଡା, କର୍ତ୍ତା ରଣଜିତ୍ ଘଡେଇ ଓ ମୂର୍ତ୍ତି ତିଆରି କରିବା କାରିଗର ତ୍ରିପତି ଜେନା ପ୍ରମୂଖ ଉପସ୍ଥିତ ଥିଲେ l ଭୂମି ପୂଜନ ପରେ ଗଜଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀ ପଠାରୁ ମାଟି ସଂଗ୍ରହ କରାଯାଇଥିଲା l ୨୦୧୫ ମସିହାରେ ଡାବୁଗାଁ ରେଲି ସାହିରେ ଥିବା ଗଜଲକ୍ଷ୍ମୀ ମଣ୍ଡପରେ ମା ଙ୍କ ପୂଜା ଆରମ୍ଭ ହୋଇଥିଲା l ପୂଜା କମିଟି ତରଫରୁ ପ୍ରତି ବର୍ଷ ବେଶ୍ ଧୁମ୍ ଧାମ୍ ରେ ମହା ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ହୋଇ ଆସୁଛି l ପୂଜା ନିମନ୍ତେ ସୁନ୍ଦର ଗେଟ୍, ସୁସଜ୍ଜିତ ଆଲୋକ ମାଳା ସହ ବିଭିନ୍ନ ପ୍ରକାର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l ଉକ୍ତ କାର୍ଯ୍ୟକ୍ରମରେ ଗଜଲକ୍ଷ୍ମୀ ପୂଜା କମିଟିର ଜଗନ୍ନାଥ ରେଲି, ପାପନା ରେଲି, ଗୋପି,ରାଜୁ, ମନୁ,ରାମ, ରାବଣା, ସୁରେନ୍ଦ୍ର, ତରଣୀ ଓ ସୁଦର୍ଶନଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଦୁଇଟି ପଞ୍ଚାୟତର ଗୋଟିଏ ଅନୁଷ୍ଠାନ 85 ତମ ଅଷ୍ଟମପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ!

Sunil Chandra Nayak

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

Sunil Chandra Nayak

Leave a Comment

error: Content is protected !!