ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ ବିଶ୍ଵକର୍ମା ଯୋଜନା ଉପରେ ସଚେତନତା

ପିଏମ ବିଶ୍ଵକର୍ମା ଯୋଜନା ଉପରେ ସଚେତନତା 

ଡାବୁଗାଁ, ୧୧/୯ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ର ବିଡ଼ିଓ ଙ୍କ ପ୍ରକୋଷ୍ଠ ରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଉପରେ ଏକ ସଚେତନତା ବୈଠକ ବୁଧବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ ଯୋଗଦେଇ ଏହି ଯୋଜନା ରେ ହିତାଧିକାରୀ କିପରି ଅନ-ଲାଇନ ମାଧ୍ୟମରେ କିପରି ଆବେଦନ କରିବେ, ଏହାପରେ ଉକ୍ତ ଆବେଦନ କୁ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ କିପରି ଆବେଦନ କରିବେ, କେଉଁମାନେ ଏହି ଯୋଜନା ରେ ଆବେଦନ କରିପାରିବେ, ହିତାଧିକାରୀ ଏହି ଯୋଜନରେ କି ଲାଭ ପାଇବେ ଭଳି ଯୋଜନା ର ବିଭିନ୍ନ ନିୟମାବଳୀ ଉପରେ ସଚେତନ କରାଯାଇଥିଲା l ଏହି ବୈଠକରେ ଆଇପିଓ କେ. ବିକ୍ରମ ରାଜୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ପର୍ଶୁରାମ ମାଳି, ହଳଧର ଜାନି, ଅର୍ଜୁନ ଭତରା, ରୁପାଲୀ ମଣ୍ଡଳ, କାମିନୀ ହରିଜନ, ଦିବ୍ୟଶଙ୍କର ପୂଜାରୀ, ସମସ୍ତ ପଞ୍ଚାୟତ ର ସରପଞ୍ଚ, ମୋ ସେବା କେନ୍ଦ୍ର ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘରେ ପଶିଲା ମହାବଳ ବାଘ ; ଉଦ୍ଧାର କଲା ବନ ବିଭାଗ

Sunil Chandra Nayak

ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Sunil Chandra Nayak

ଜୁନାଗଡ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!