ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିତରକନିକାରେ ବନ ବିଭାଗ ପକ୍ଷରୁ ପାଳନ ହେଲା ବିଶ୍ଵ ବନ ସହିଦ୍ ଦିବସ

ଭିତରକନିକାରେ ବନ ବିଭାଗ ପକ୍ଷରୁ ପାଳନ ହେଲା ବିଶ୍ଵ ବନ ସହିଦ୍ ଦିବସ

ରାଜନଗର-11.9.0240 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତର କନିକା ରେଞ୍ଜ ପରିସରରେ ବିଶ୍ବ ଵନ ସହିଦ୍ ଦିବସ ପାଳନ ହୋଇ ଯାଇଅଛି।ଏ଼ହି ଅଵସରରେ ସହକାରୀ ବନସଂରକ୍ଷ ଶ୍ରୀ ମାନସ ରଞ୍ଜନ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ଵନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପିନାଥ ଯାଦଵ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଲୁଣା ଜଙ୍ଗଲର ସୁରକ୍ଷାରେ ନିୟୋଜିତ ହୋଇଥିବା ଵନ କର୍ମଚାରୀ ଜଙ୍ଗଲକୁ ସୁରକ୍ଷା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ବଳିଦାନ ହୋଇଛନ୍ତି।ସେହି ମହାନ ଵ୍ୟକ୍ତିମାନଙ୍କ ପ୍ରତି ଗଭୀର ଭକ୍ତି ପୃତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଚିର ସ୍ମରଣୀୟ ଆତ୍ମାର ସଦ୍ଗତି କାମନା କରିଥିଲେ ବନଖଣ୍ଡ ଅଧିକାରୀ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ମିସ୍ ପୁନମ ହୀରା ହାଁସଦା ମାଲ୍ୟାର୍ପଣ କରି ଅମର ଆତ୍ମାର ସଦ୍ଘତି କାମନା କରିବା ସହତ ପରିବାର ଲୋକଙ୍କୁ ସାଲ ଦେଇ ସମଵେଦନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜନଗର ,ଗହିରମଥା ଓ ମହାକାଳପଡାର ବନାଞ୍ଚଳ ଅଧିକାରୀମାନେ ସହିଦ୍ ମାନଙ୍କ ସ୍ମୃତି ଚାଳନ କରିଥିଲେ।ଏଥିରେ ଗଵେଷକ ଓ ବନ କର୍ମଚାରୀମାନେ ସହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବିଷମିଶା ରଙ୍ଗୀନ ଖାଦ୍ୟ ଖାଇ ରୋଗରେ ସଢ଼ୁଛନ୍ତି ଲୋକେ କୁମ୍ବକର୍ଣ୍ଣ ନିଦ୍ରାରେ ଯାଜପୁର ଖାଦ୍ୟ ସୁରକ୍ଷା ବିଭାଗ

masiha

ଓଡ଼ିଶୀ ନୃତ୍ୟଗୁରୁ ସୀକତା ଦାସଙ୍କୁ କୃତଜ୍ଞତା 

masiha

ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ

masiha

Leave a Comment

error: Content is protected !!