ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେଲା କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ

ରାଜ୍ୟ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥାପିତ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । 

ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ଟି ଏମବିବିଏସ୍ ସିଟରେ ନାମ ଲେଖା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ମେଡିକାଲ କମିଶନ ଗତ ଏପ୍ରିଲ ୧୧ ତାରିଖରେ ଅନୁମତି ଦେଇଛନ୍ତି । ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ମୋଟ ୪୮୧.୦୬କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏକାଦଶାହରେ ଶତାୟୁ ଧର୍ମପ୍ରାଣ ହଟ କିଶୋର ସାହୁଙ୍କୁ ଶ୍ରଦ୍ଧାଂଜଳି 

masiha

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

କୋରାପୁଟରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!