ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ବ୍ଲକ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର 

କଲ୍ୟାଣସିଂହପୁର ବ୍ଲକ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର 

 କଲ୍ୟାଣସିଂହପୁର, ରାୟଗଡ଼ା ,ତା ୦୯/୧୧:-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନୂତନ ଭାବେ ଦାୟିତ୍ଵ ନେଇଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ବ୍ଲକ୍ କଳା ସଂସ୍କୃତି ସଂଘ ସଭାପତି ଶ୍ରୀ ରାଜୀବ ଦାସ ଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଲୋକକଳା କଳାକାରଙ୍କୁ କଳା ସଂସ୍କୃତି ସଂଘ ମାଧ୍ୟମରେ ସଂଘଠିତ କରି ଓଡ଼ିଶାର ପାରମ୍ପାରିକ ଲୋକକଳାର ପ୍ରଚାର ପ୍ରସାର, ସଂରକ୍ଷଣ ଏହାର ପୁନଃରୁଦ୍ଧାର ସହ ଲୋକକଳା କଳାକାରଙ୍କର ଆର୍ଥିକ ଅଭିବୃଦ୍ଧି କରିବା ଉଦ୍ଧେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ମାର୍ଗଦର୍ଶନରେ ଏହି ସଂଘ ୨୦୧୧ ମସିହାରେ ଗଠନ ହୋଇ ଚାଲୁ ରହି ଥିବା ଏହାକୁ ଅଧିକ ସକ୍ରିୟ ଓ ସଫଳ ଭାବେ ବ୍ଲକ ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରିଥିଲେ ଏବଂ ଏଥିପାଇଁ କଳାକାରଙ୍କୁ ଯଥା ସହଯୋଗ କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ସମୟରେ କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା କଳାକାର ବିଶ୍ଵନାଥ ମାଣ୍ଡାଙ୍ଗି, ବାମ ଶିକକା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

ଜିଲ୍ଲା ସଂଯୋଜକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!