ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେର ପଞ୍ଚାୟତ ଚାଉଳ ଯୋଗାଣରେ ଅନିୟମିତତା , ତିନି ମାସ ହେଲା ଚାଉଳ ପାଇ ନାହାନ୍ତି ହିତାଧିକାରୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

ମୋଟେର ପଞ୍ଚାୟତ ଚାଉଳ ଯୋଗାଣରେ ଅନିୟମିତତା ,

ତିନି ମାସ ହେଲା ଚାଉଳ ପାଇ ନାହାନ୍ତି ହିତାଧିକାରୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା ସହ ପିଡିଏସ ଚାଉଳ ବାଟମାରଣା ରୋକିବାକୁ ସରକାର ଡାଳେଡାଳେ ଗଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ବାଟମାରଣା ରୋକି ହେଉନାହିଁ। ପିଡିଏସ ଚାଉଳ ପାଇଁ ହିତାଧିକାରୀଙ୍କ ଆଧାର ଲିଙ୍କ ଫିଙ୍ଗର ପ୍ରିଣ୍ଟ ସତ୍ତ୍ବେ ହିତାଧିକାରୀଙ୍କ ଚାଉଳ ବାଟମାରଣା ହେବା ଆଶ୍ଚର୍ଯ୍ୟ କରିଛି। ଜଣେ ନୁହେଁ କି ଦି ଜଣ ନୁହେଁ ୨୧୦ଜଣ ହିତାଧିକାରୀଙ୍କ ତିନି ମାସର ଚାଉଳ ଜନୈକ ଯୋଗାଣ ସହାୟକଙ୍କ ଦ୍ଵାରା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। କୋକସରା ବ୍ଲକ ମୋଟେର ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁଗୁଡା ଗ୍ରାମର ୭ ଓ ୮ ନମ୍ବର ଓ୍ଵାର୍ଡର ୨୧୦ ହିତାଧିକାରୀ ତିନି ମାସ ହେବ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ଏନେଇ ସେମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।ମିଳିଥିବା ଅଭିଯୋଗ ଅନୁଯାୟୀ ମୋଟେର ପଞ୍ଚାୟତରେ ବିଭିନ୍ନ ଯୋଜନାରେ ମୋଟ ୧୦୦୬ ଜଣ ହିତାଧିକାରୀ ଅଛନ୍ତି। ଏମାନଙ୍କ ପାଇଁ ମୋଟ ୩୦୦କ୍ଵି ୪୨ କେଜି ଚାଉଳ ଏଲଟମେଣ୍ଟ ରହିଛି। ପ୍ରତି ମାସରେ ଶସ୍ଯାଗାରରୁ ଚାଉଳ ଉଠିଛି ଏବଂ ପରିବହନ ଠିକାଦାରଙ୍କ ଦ୍ଵାରା ପଞ୍ଚାୟତ ପଏଣ୍ଟକୁ ଚାଉଳ ଯୋଗାଣ ହୋଇଛି। ତା ସତ୍ତ୍ବେ ବି ଖୁଟୁଲୁଗୁଡାର ଦୁଇ ଓ୍ଵାର୍ଡର ଜଣେ ବି ହିତାଧିକାରୀ ଚାଉଳ ପାଇ ନାହାନ୍ତି। ଚାଉଳ ପାଇଁ ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତକୁ ଯାଇ ଫେରି ଆସିଛନ୍ତି। ହିତାଧିକାରୀଙ୍କ କହିବାନୁଯାୟୀ “ଏଲଟମେଣ୍ଟ କମ୍ ଆସିଛି। ଆସନ୍ତା ମାସ ଏଲଟମେଣ୍ଟ ଆସିଲେ ଆପଣଙ୍କ ଚାଉଳ ଦିଆଯିବ କହି ଯୋଗାଣ ସହାୟକ ପରମାନନ୍ଦ ଧଙ୍ଗଡାମାଝୀ ହିତାଧିକାରୀଙ୍କୁ ଫେରାଇ ଦେଉଥିଲେ। ଲଗାତାର ତିନି ମାସ ଗୋଟିଏ ଘଟଣାର ପୁନରାବୃତ୍ତି ହେବା ପରେ ହିତାଧିକାରୀ ମୋଟେର ସରପଞ୍ଚ, କୋକସରା ଯୋଗାଣ ନିରୀକ୍ଷକ,ଓ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ। କିଛି ସୁଫଳ ନମିଳିବାରୁ ଗୁରୁବାର ହିତାଧିକାରୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏଲଟମେଣ୍ଟ ଅନୁଯାୟୀ ଚାଉଳ ଉଠାଣ ପରେ ବି କାହିଁକି ହିତାଧିକାରୀଙ୍କୁ ଚାଉଳ ଦିଆଯାଇନାହିଁ ବୋଲି ମୋଟେର ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲଙ୍କୁ ପଚାରିବାରୁ ଏ ନେଇ ସେ ବିଡ଼ିଓଙ୍କୁ ଅବଗତ କରାଇଛନ୍ତି ବୋଲି କହି ଫୋନ୍ କାଟି ଦେଇଥିଲେ। ସଂପୃକ୍ତ ଯୋଗାଣ ସହାୟକଙ୍କୁ ପଚାରିବାରୁ ଚାଉଳ ଉଠାଣ ହୋଇଥିବା ସ୍ଵୀକାର କରିଥିଲେ। କିନ୍ତୁ ଅନିୟମିତତା ସମ୍ପର୍କରେ ପଚାରିବାରୁ ନୀରବ ରହିଥିଲେ। ହିତାଧିକାରୀଙ୍କୁ ତାଙ୍କ ବକେୟା ଚାଉଳ ତୁରନ୍ତ ଦିଆନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କଂଗ୍ରେସ ନେତା ଦିଗାମ୍ବର ଦୂରିଆ, ସନ୍ତୋଷ ପାଢୀ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର

masiha

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

masiha

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

masiha

Leave a Comment

error: Content is protected !!