ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

ଡାବୁଗାଁ, ୨୫/୮ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦେନା ଗ୍ରାମ ପଞ୍ଚାୟତ ସଦରମହକୁମା ରେ ଥିବା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ସୋମବାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତା ୨୩|୪|୨୦୨୫ ରୁ ତା ୫|୫|୨୦୨୫ ଏଗାର ଦିନ ଗ୍ରୀଷ୍ମ ଛୁଟିର ଶୁଖିଲା ଖାଦ୍ୟ ଆଜି ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା l ବାଲ ବାଟିକା ଠାରୁ ୫ମ ଶ୍ରେଣୀ ପଯ୍ୟନ୍ତ ଦିନକୁ ହିସାବରେ ୧୧ ଦିନ ପାଇଁ ୧ କିଗ୍ରା ୧୦୦ ଗ୍ରାମ, ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିନକୁ ହିସାବରେ ୧୧ ଦିନ ପାଇଁ ୧ କିଗ୍ରା ୬୫୦ ଗ୍ରାମ, ନବମ ଓ ଦଶମ ଶ୍ରେଣୀ ପାଇଁ ଦିନକୁ ହିସାବରେ ୧୧ ଦିନ ପାଇଁ ୨ କିଗ୍ରା ୨୦୦ ଗ୍ରାମ ଛାତ୍ରୀ ଛାତ୍ର ମାନଙ୍କ ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା l ରେସନ୍ ଖର୍ଚ୍ଚ ପାଇଁ ପର ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ୍ କୁ ଟଙ୍କା ପଠାଯିବାର ବ୍ୟବସ୍ଥା ଶିକ୍ଷା ବିଭାଗ ଦ୍ଵାରା କରାଯିବ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ଯ ମାନେ, ନିର୍ବାଚିତ ପ୍ରତିନିଧି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ରେ ଶୁଖିଲା ଖାଦ୍ୟ ପାଇଁ ଶାନ୍ତି ଶୃଙ୍ଖଳା ରେ ଚାଉଳ ବଣ୍ଟନ କରାଯାଇଥିଲା l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

ଗଞ୍ଜାମ ଗସ୍ତରେ ବିଧାନସଭାର ଗୃହ କମିଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା

Sunil Chandra Nayak

ଜନ୍ମଦାତ୍ରୀ ମାଆ ପାଇଁ ଦିନ ଟିଏ….

Leave a Comment

error: Content is protected !!