ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୯ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୯ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୨୫/୮ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ବିଡିଓ ଙ୍କ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ବିଶ୍ୱଜିତ ବର୍ମନ ଙ୍କ ଦ୍ଵାରା ୧୯ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯ ଟି ଅଭିଯୋଗ ମଧ୍ୟରୁ ୧୩ ଟି ଅଭିଯୋଗ ବ୍ୟକ୍ତିଗତ, ୬ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମାରେ ଡାବୁଗାଁ ଠାରୁ ମାନିଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ତାରିଣୀ ମନ୍ଦିର ଠାରୁ ମାନିଗାଁ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବା, ଘୋଡ଼ାଖୁଣ୍ଟା ପଞ୍ଚାୟତ ର ଘୋଡ଼ାଖୁଣ୍ଟା ଗ୍ରାମ ସହ ସମସ୍ତ ଗ୍ରାମରେ ନିରବଛୀନ ଭାବେ ବିଦ୍ୟୁତ ଯୋଗାଇଦେବା, ରାଜ୍ୟ ରାଜପଥଠାରୁ ଜୟନ୍ତୀନଗର ହନୁମାନମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଡ଼ଙ୍ଗରୀଗୁଡା ଗ୍ରାମ ରାସ୍ତା ନିର୍ମାଣ କରିବା, ପାପଡାହାଣ୍ଡି ବ୍ଲକ ଅଧୀନ ଗାଲିଆଗୁଡା ଗ୍ରାମ ଠାରୁ ମୁଣ୍ଡିଗୁଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା, ୟୁରିଆ ସାର ଯୋଗାଣ ପାଇଁ ଅଭିଯୋଗ ଶୁଣାଣି ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଚାଷୀ ମାନେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଧାରଣା ରେ ବସିଥିଲେ, ଶେଷରେ ଆସନ୍ତା ୨୯ ତାରିଖ ଆଡ଼କୁ ୟୁରିଆ ସାର ଆସିଲେ ଲ୍ୟାମ୍ପ୍ସ କୁ ଯୋଗାଇ ଦିଆଯିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରତିଶୃତି ଦେବାପରେ ଚାଷୀ ମାନେ ଧାରଣା ରୁ ଉଠିଥିଲେ | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପଣ୍ଡା, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ବିଡ଼ିଓ ଶରତ ମାଝୀ, ସିଡିପିଓ ମିନତୀ ଦାଶ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତ୍ତମ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପାଟଣାଗଡ ଉପଖଣ୍ଡସ୍ତରୀୟ ସମସ୍ୟା ଉପରେ ପ୍ରଶାସନ ସହିତ ସିଟିଜେନ କମିଟି ର ଆଲୋଚନା

Sunil Chandra Nayak

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

Leave a Comment

error: Content is protected !!