ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବିଶ୍ବ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

ଭବାନୀପାଟଣା:୧୫/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି। କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ଦଳୀୟ କାର୍ଯ୍ଯାଳୟରେ ଉପସ୍ଥିତ ରହି ପୂର୍ବାହ୍ନ ୮.୩୦ ମନିଟ୍ ସମୟରେ “ବାବା ସାହେବ’ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବାବା ସାହେବଙ୍କ ଜୀବନି ଉପରେ ସ୍ମୃତି ଚାରଣ କରିଥିଲେ। ପରେ ସମସ୍ତ କର୍ମୀ ଭବାନୀପାଟଣା ପରମାନନ୍ଦ ପୁର ନିକଟସ୍ଥ ରେଲୱେ ଷ୍ଟେସନ ଛକ ଠାରେ ଥିବା ବାବା ସାହେବଙ୍କର ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ଯାର୍ପଣ କରିଥିଲେ।

      ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ, ଉପସଭାପତି ଶ୍ରୀ ପରମାନନ୍ଦ ମାଝୀ,ସାଧାରଣ ସମ୍ପାଦକ ଶ୍ରୀ ବ୍ରଜମୋହନ ସାହୁ, ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ, ଶ୍ରୀ ମହମ୍ମଦ ସାହେବ, ଶ୍ରୀ ସୁରେଶ ପଟ୍ଟନାୟକ, ଶ୍ରୀ ସୁବାଷ ପ୍ରଧାନ, ଶ୍ରୀ ସରୋଜ ବାଗ, ଶ୍ରୀ ପ୍ରିତମ୍ ବେହେରା, ଶ୍ରୀ କୁମୁଦ ପଟ୍ଟନାୟକ, ଶ୍ରୀ ଜୟଦେବ ନାଏକ,ଶ୍ରୀ କୃଷ୍ଣ ନାଏକ,ଶ୍ରୀ ଭାଗବତ ଯାଦବ, ଶ୍ରୀ ସଚିନ୍ ନାଏକ, ବାବା ଅଲ୍ଲୀଖାନ, ମହମ୍ମଦ ସାଜିଦ,ମର୍ଜୀନା ପ୍ରଧାନ, ଶ୍ରୀ କାହ୍ନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

masiha

Nimbus – A Celebration of Indian Classical Dance by Kalingayana Touryatrikam Held in Bhubaneswar

Sunil Chandra Nayak

Leave a Comment

error: Content is protected !!